Below header

କେନ୍ଦୁଝର: କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ୪ଜଣ ଯୁବକଙ୍କୁ ଅଟକ ରଖିଛି ତୁରୁମୁଙ୍ଗା ଥାନା ପୋଲିସ

କେନ୍ଦୁଝର(କେନ୍ଯୁଜ୍): କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। ଘଟଣାରେ ୪ଜଣ ଯୁବକଙ୍କୁ ଅଟକ ରଖିଛି ତୁରୁମୁଙ୍ଗା ଥାନା ପୋଲିସ। ଏହାସହ ଅପହରଣ ପାଇଁ ବ୍ୟବହୃତ ହୋଇଥିବା ଏକ କାରକୁ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ ଛାତ୍ରୀ ଜଣକ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ମହାବିଦ୍ୟାଳୟରୁ ଫେରୁଥିବାବେଳେ ତାଙ୍କୁ ଅପହରଣ କରିନିଆଯାଇଥିଲା। ସେ ସାଇକେଲରେ ଫେରୁଥିବାବେଳେ କିଛି ଯୁବକ ଏକ କାରରେ ଆସି ଜୋର ଜବରଦସ୍ତ ତାଙ୍କୁ ଗାଡିରେ ନେଇ ପଳାଇଥିଲେ। ଏନେଇ ପରିବାର ପକ୍ଷରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ବିଭିନ୍ନ ଅଞ୍ଚଳରେ ଚଢାଉ କରି ୪ ଯୁବକଙ୍କୁ ଅଟକ ରଖିଛି। ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।ତେବେ ଛାତ୍ରୀଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.