Below header

ପାରିବାରିକ ବିବାଦରୁ ଶାଶୂ ପକାଇଲେ ତାଲା, ୬ ଘଣ୍ଟା ଧରି ହନ୍ତସନ୍ତ ହେଲେ ଚାରି ଜଣ ଶିଶୁ

ପାରିବାରିକ ବିବାଦ ଯୋଗୁଁ ଚାରି ଜଣ ଶିଶୁ ସମେତ ଟିଉସନ ସାର ଓ ତାଙ୍କ ସ୍ତ୍ରୀ ଦୀର୍ଘ ୬ ଘଣ୍ଟା ଧରି ହୋଇଛନ୍ତି ହନ୍ତସନ୍ତ । ଟିଉସନ ସାରଙ୍କ ଶାଶୁ ଘର ବାହାରେ ତାଲା ପକାଇଦେବା ଫଳରେ ଏଭଳି ଅବସ୍ଥା ଭୋଗିବାକୁ ତାଙ୍କୁ ପଡିଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ବାଲୁଗାଁ ଗାଁରେ ।

ତାଳଚେର : ପାରିବାରିକ ବିବାଦ ଯୋଗୁଁ ଚାରି ଜଣ ଶିଶୁ ସମେତ ଟିଉସନ ସାର ଓ ତାଙ୍କ ସ୍ତ୍ରୀ ଦୀର୍ଘ ୬ ଘଣ୍ଟା ଧରି ହୋଇଛନ୍ତି ହନ୍ତସନ୍ତ । ଟିଉସନ ସାରଙ୍କ ଶାଶୁ ଘର ବାହାରେ ତାଲା ପକାଇଦେବା ଫଳରେ ଏଭଳି ଅବସ୍ଥା ଭୋଗିବାକୁ ତାଙ୍କୁ ପଡିଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ବାଲୁଗାଁ ଗାଁରେ ।

ସୂଚନା ଅନୁସାରେ, ଗାଁର ଅଜୟ କୁମାର ମହାନ୍ତି ଓ ତାଙ୍କ ସ୍ତ୍ରୀ ଜାନକୀ ମହାନ୍ତି ଏକାଠି ରୁହନ୍ତି । ତେବେ ଜାନକୀଙ୍କ ମାଙ୍କ ନାମରେ ଜାନକୀ ସମ୍ପତି ପାଇଁ ପୂର୍ବରୁ ଏକ ପିଟିସନ ଦାଖଲ କରିଛନ୍ତି । ଏହାକୁ ନେଇ ଜାନକୀଙ୍କ ପରିବାର ସହ ତାଙ୍କ ମାଙ୍କ ଝଗଡା ଅନେକ ଦିନ ହେଲା ଲାଗି ରହିଛି । ଅଜୟ ଟିଉସନ କରି ଚଳୁଥିବା ବେଳେ ଆଜି ସକାଳ ୧୦ ଟା ବେଳେ ୪ ଜଣ ଶିଶୁ ତାଙ୍କ ପାଖକୁ ଟିଉସନ ଆସିଥିଲେ । ସେ ଟିଉସନ କରୁଥିବା ସମୟରେ କେତେବେଳେ ତାଙ୍କ ଶାଶୁ ଆସି ବାହାର କବାଟ ଓ ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲେ । ଫଳରେ ଟିଉସନ ସରିବା ପରେ ମଧ୍ୟ ଆଉ ଶିଶୁମାନେ କି ଅଜୟଙ୍କ ପରିବାର ଆଉ ବାହାରକୁ ଆସି ପାରି ନଥିଲେ ।

ସେପଟେ ଟିଉସନ ସମୟ ଗଡି ଯାଇଥିବା ସତ୍ୱେ ଶିଶୁମାନେ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକ ମଧ୍ୟ ଘର ଆଗରେ ଆସି ରୁଣ୍ଡ ହୋଇଥିଲେ । ହେଲେ ପାରିବାରିକ ବିବାଦରୁ ତାଲା ପକାଇଥିବା ଯୋଗୁଁ କେହି ତାଲା ଖୋଲିବାକୁ ସାହସ କରି ନଥିଲେ । ଏପଟେ ସମୟ ଗଡି ଯାଉଥିବା ଯୋଗୁଁ ୪ ଶିଶୁ ଭୋକ ଉପାସରେ ବିକଳ ହେଉଥିବା ଦେଖିବାକୁ ମିଳିଥିଲା । ନିଧୁମ ଖରାରେ ଛାତ ଉପରକୁ ଯାଇ କେତେବେଳେ ତାଲା ଖୋଲାଯିବ ଆଉ ଘରକୁ ଯିବେ ସେଥିପାଇଁ ବ୍ୟାକୁଳ ହେଉଥିଲେ । ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ପାଇ ସ୍ଥାନୀୟ ସରପଞ୍ଚ ପୋଲିସକୁ ସୂଚନା ଦେବା ପରେ ତାଳଚେର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ତାଲା ଭାଙ୍ଗି ଭିତରୁ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.