ରାସ୍ତାରେ ହୁ ହୁ ହୋଇ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର୍

ରାସ୍ତାରେ ହୁ ହୁ ହୋଇ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର୍ । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଆରଡ଼େଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଛିଡା ହୋଇଥିବା ଏକ ଆଇରନ୍ ବୋଝେଇ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା ।

ବାଂଶପାଳ : ରାସ୍ତାରେ ହୁ ହୁ ହୋଇ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର୍ । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଆରଡ଼େଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଛିଡା ହୋଇଥିବା ଏକ ଆଇରନ୍ ବୋଝେଇ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଟ୍ରକର ଅଗ୍ରଭାଗ ସମ୍ପୁର୍ଣ୍ଣ ଜଳିଯାଇଥିଲା । ସଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.