Below header

ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ଥାନା ପୋଲିସ

ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ଗତକାଲି ସର୍ବସମ୍ମୁଖରେ ଟୁଟୁ ନାୟକ ତାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମହିଳା ସାମ୍ବାଦିକା ଦେବସ୍ମିତା ରାଉତ।

ଭୁବନେଶ୍ବର(କେନ୍ୟୁଜ୍): ପ୍ରଯୋଜକ ଟୁଟୁ ନାୟକ ଗିରଫ । ଗିରଫ କଲା ଖାରବେଳନଗର ଥାନା ପୋଲିସ । ଟୁଟୁ ନାୟକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ୩୫୪, ୨୯୪, ୩୪୧, ୩୨୩ ଦଫାରେ ଗିରଫ କରାଯାଇଛି ।

ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ଗତକାଲି ସର୍ବସମ୍ମୁଖରେ ଟୁଟୁ ନାୟକ ତାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମହିଳା ସାମ୍ବାଦିକା ଦେବସ୍ମିତା ରାଉତ। ଏନେଇ ଭୁବନେଶ୍ବର ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ଟୁଟୁ ନାୟକଙ୍କ ନାଁରେ ୩୫୪,୨୯୪,୩୪୧,୩୨୩ ଧାରାରେ ମାମଲା ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ସାମ୍ବାଦିକା ଦେବସ୍ମିତା ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଚାପୁଡ଼ା ମାରିଥିଲେ ଟୁଟୁ ନାୟକ । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦେବସ୍ମିତା । ଏପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ। ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.