୪ଟି ପ୍ରମୁଖ ଦାବି ନେଇ ହିନ୍ଦୁ ସେନା ପକ୍ଷରୁ ଆଜି ୧୨ଘଣ୍ଟିଆ କଟକ ବନ୍ଦ ଡାକରା
କଟକ(କେନ୍ୟୁଜ୍): କଟକରେ ଆଜି ୧୨ଘଣ୍ଟିଆ ବନ୍ଦ । ୪ଟି ପ୍ରମୁଖ ଦାବି ନେଇ ହିନ୍ଦୁ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉଠିଯିବା , ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ଏବଂ ମାତ୍ରାଧିକ ଜରିମାନା ଲାଗୁ ଆଦି ପ୍ରସଙ୍ଗକୁ ବିରୋଧ କରି କଟକ ସହର ବନ୍ଦ ଡାକରା ଦିଆଯାଇଛି। ଫଳରେ ଗାଡି ମୋଟର ଚଳାଚଳ ଠପ୍ ହୋଇଯିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। କର୍ମୀମାନେ ଏକ ବାଇକ ରାଲିରେ ଯାଇ ବନ୍ଦ ପାଳନ କରିଛନ୍ତି । ବସ୍ ଚଳାଚଳ ନକରିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।