ନଭେମ୍ବର ୧ରୁ ଜୁନ୍‌ ୩୦ ଯାଏ ବନ୍ଦ ରହିବ ବିଜୁ ପଟ୍ଟନାୟକ ବିମାନ ବନ୍ଦର

ଭୁବନେଶ୍ୱର(କେନ୍ୟୁଜ୍): ମରାମତି ହେବ ଭୁବନେଶ୍ୱର ବିମାନ ବନ୍ଦର ରନ୍‌-ୱେ । ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦର ବନ୍ଦ ରହିବ । ପ୍ରାୟ ୮ ମାସ ପର୍ଯ୍ୟନ୍ତ ବିମାନ ଉଡାଣ ପ୍ରଭାବିତ ହେବ । ପର୍ଯାୟକ୍ରମେ ଦିନ ଓ ରାତିରେ ବନ୍ଦ ରହିବ ବିମାନ ଚଳାଚଳ । ଅର୍ଥାତ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ୩୦ ଯାଏ ଓ ଏପ୍ରିଲ ୧ରୁ ଜୁନ୍‌ ୩୦ ଦିନ ୧୦ଟାରୁ ସନ୍ଧ୍ୟା ୬ଟା ଯାଏ ବିମାନ ଉଡାଣ ବନ୍ଦ କରିବାକୁ ବିମାନବନ୍ଦରର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏନେଇ ଡିଜିସିଏକୁ ଅନୁମତି ମଗାଯାଇଛି । ବିମାନ ଉଡାଣ ବନ୍ଦ ହେବାକୁ ଥିବାରୁ ଏହି ଅନୁଯାୟୀ ବିମାନ ଉଡାଣ ସୁଚୀ ପ୍ରସ୍ତୁତ କରିବାକୁ ସମସ୍ତ ବିମାନ ଉଡାଣ ସଂସ୍ଥାକୁ ଜଣାଯାଇଛି । ବାର ବର୍ଷ ମଧ୍ୟରେ ବିମାନ ସଂଖ୍ୟା ବହୁତ ବଢିବା ଦ୍ୱାରା ରନ୍‌-ୱେ ଖରାପ ହୋଇଗଲାଣି । ତେଣୁ ବିମାନ ଓ ଯାତ୍ରୀଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ମରାମତି ଆବଶ୍ୟକ ରହିଛି । ୨୦୦୭ରେ ଶେଷ ଥର ପାଇଁ ଏହି ବିମାନବନ୍ଦରର ରନ୍‌-ୱେ ମରାମତି ହୋଇଥିଲା । ପ୍ରତି ୧୦ ବର୍ଷରେ ରନ୍‌-ୱେ ମରାମତି କରିବା ଆବଶ୍ୟକ ପଡିଥାଏ ।

Leave A Reply

Your email address will not be published.