ଖୋଲିବ ଧଳା ଜହର କାରବାରର ଗୁମର, ୭ ଦିନିଆ ରିମାଣ୍ଡରେ ଆସିବ ଡ୍ରଗ୍ସ ମାଫିଆ ଏସ୍. କେ. ରାଜା
ଭୁବନେଶ୍ୱର(କେନ୍ୟୁଜ୍): ଖୋଲିବ ଧଳା ଜହର କାରବାରର କଳା ଗୁମର। ରିମାଣ୍ଡରେ ଆସିବ ଡ୍ରଗ୍ସ ମାଫିଆ ଏସ୍. କେ. ରାଜା । ଆଜିଠାରୁ ରାଜାକୁ ୭ ଦିନିଆ ରିମାଣ୍ଡରେ ଆଣିବ STF। ଏନେଇ ଗତକାଲି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି। ଅଫ୍ଗାନିସ୍ତାନ ଓ ବାଂଲାଦେଶ ଲିଙ୍କର ଅଧିକ ଖୋଲତାଡ କରିବ STF। ରାଜା ଲିଙ୍କରେ କେଉଁମାନେ ଅଛନ୍ତି, ସେ କେଉଁଠୁ ବ୍ରାଉନସୁଗାର ଆସେ ଏବେ ଆନ୍ତଃରାଷ୍ଟ୍ର ସ୍ତରରେ ଏହାର ଚେର କେଉଁଠିକୁ ଲମ୍ବିଛି ସେନେଇ ରାଜାକୁ ଗୁଡେଇ ତୁଡେଇ ଜେରା କର।ଯିବ। ରାଜାକୁ ଗିରଫ କରିଥିଲା ଏସ୍ଟିଏଫ୍ । ତା ନିକଟରୁ ୧୩୦ ଗ୍ରାମର ବାଉନ୍ସୁଗାର ଓ ବନ୍ଧୁକ ଜବତ ହୋଇଥିଲା । ଏହି ଅନ୍ତଃରାଷ୍ଟ୍ରୀୟ ବ୍ରାଉନ୍ ସୁଗାର ବେପାରୀର କାରବାର ଓଡ଼ିଶା ସମେତ ୫ଟି ରାଜ୍ୟରେ ଥିବା ବେଳେ ଦେଶ ବାହାରେ ନେପାଳ ଓ ବାଂଲାଦେଶରେ ମଧ୍ୟ ରହିଛି । ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱର, ଖୋର୍ଦ୍ଧା ଓ ଛତିଆ ଅଞ୍ଚଳକୁ ପଠାଇଥାଏ । ରାଜ୍ୟରେ ଚାଲିଥିବା ଧଳା ଜହର କାରବାରର କିଙ୍ଗପିନ୍ ହେଉଛି ଏସ୍. କେ. ରାଜା । ସେ ଏସ୍ଟିଏଫ୍ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ୍ ଥିଲା । ତା ନାଁରେ ବାଲେଶ୍ୱରରେ ଗୁଳିକାଣ୍ଡ ଓ ବ୍ରାଉନ୍ସୁଗାର କାରବାର ଭଳି ସଂଗୀନ ମାମଲା ରହିଛି । ବାଲେଶ୍ୱର ପୋଲିସ ତାକୁ ଖୋଜୁଥିଲା । ସେ ଫେରାର ହୋଇଯାଇ ଗୋଆ ଓ କୋଲକାତାରେ ରହୁଥିଲା । ଫେରାର ଥାଇ ସେ ବ୍ରାଉନ୍ସୁଗୁର କାରବାର କରୁଥିଲା ।