ପାକିସ୍ତାନୀ ଖେଳାଳିଙ୍କ ପାଇଁ ବାରଣ ହେଲା ବିରିୟାନୀ ଓ ମିଠା

ପାକିସ୍ତାନୀ କ୍ରିକେଟ କୋଚ ମିସବାହ ଉଲ ହକ ଖେଳାଳିଙ୍କ ଖାଦ୍ୟ ଅଭ୍ୟାସ ପ୍ରତି କିଛିଟା ରୋକ ଲଗାଇଛନ୍ତି । ନିଜ ଦଳର ଫିଟନେସ ବଢାଇବା ପାଇଁ ସେ ସମ୍ପୂର୍ଣ ରୂପେ ଖେଳାଳିଙ୍କ ବିରିୟାନୀ ଓ ମିଠା ଖାଇବା ଉପରେ ବାରଣ ଲଗାଇଛନ୍ତି । ଗତ ଜୁନ ମାସ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଭାରତ ବିପକ୍ଷ ଏକ ମ୍ୟାଚରେ ଭାରତ ଠାରୁ ଦୟନୀୟ ଭାବେ ପାକିସ୍ତାନ ହାରିଥିଲା । ଏହା ପରେ ଦେଶର ଅଧିବାସୀ ମଧ୍ୟ ଖେଳାଳିଙ୍କ ଫିଟନେସ ଉପରେ ପ୍ରଶ୍ନ କରିବା ସହ ନାନାଦି ଟାହି ଟାପରା କରିବା ଆରମ୍ଭ କରିଦେଇଥିଲେ । ଏମିତିକି ସୋସିଆଲ ମିଡ଼ିଆ ଗୁଡିକରେ ଖେଳାଳି ମାନେ ମ୍ୟାଚ ଆରମ୍ଭ ପୂର୍ବରୁ ପିଜ୍ଜା ଆଉ ବର୍ଗର ଖାଇ ଯାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

 

ତେଣୁ କରି ହିଁ ସେମାନେ ପଡିଆରେ ଧିମା ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ରିପୋର୍ଟ ଅନୁସାରେ ପାକିସ୍ତାନର ଜଣେ ସାମ୍ବାଦିକ ନିଜ ଟୁଇଟର ଆକାଉଣ୍ଟରେ ଟୁଇଟ କରିଛନ୍ତିକି ମିସବାହ ରାଷ୍ଟ୍ରୀୟ କ୍ୟାମ୍ପ ଓ ଘରୁଆ ଟୁର୍ଣ୍ଣାମେଣ୍ଟ ଗୁଡିକର ଖେଳାଳି ମାନଙ୍କ ଖାଦ୍ୟ ପେୟ ଉପରେ ମଧ୍ୟ କଟକଣା ଲଗାଇଛନ୍ତି । ଯାହା ଦ୍ୱାରା ଆଗକୁ ସେମାନଙ୍କର ମଧ୍ୟ ଏହି ଫିଟନେସ ଅଭ୍ୟାସ ବଜାୟ ରହି ପାରିବ ବୋଲି ମତ ରଖିଛନ୍ତି ।ପାକିସ୍ତାନର ନୂତନ କୋଚ ମିସବହ ଓ ବକର ୟୂନିସଙ୍କ ନେତୃତ୍ୱରେ ପାକିସ୍ତାନ ତାର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ହିଁ ଖେଳିବ। ପାକିସ୍ତାନ ତାର ନିଜ ମାଟିରେ ହିଁ ଏହି ସିରିଜ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ଖେଳିବାକୁ ଯାଉଛି ।

ଏହା ସହ ପଢନ୍ତୁ: ଦିବଙ୍ଗତ ପିତାଙ୍କ ବିଷୟରେ ଶୁଣି ଭାବବିହ୍ଵଳ ହୋଇପଡିଲେ ବିରାଟ, ଅନୁଷ୍କା ଦେଲେ ସାନ୍ତ୍ୱନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.