ଦେବଗଡ଼ ଗଇଲୋ ଘାଟି ନିକଟରେ ଭାରସାମ୍ୟ ହରାଇଲା ୪୦୭ : ୧୨ ମହିଳା ଗୁରୁତର ଆହତ

ଦେବଗଡ଼ (କେନ୍ୟୁଜ୍) : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଦେବଗଡ଼ ଗଇଲୋ ଘାଟି ନିକଟରେ ଭାରସାମ୍ୟ ହରାଇ ଏକ ୪୦୭ ଗାଡି ଓଲଟି ପଡିଥିଲା। ଫଳରେ ଏଥିରେ ଥିବା ୧୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ଗର୍ଭବତୀ ଓ ଶିଶୁ ଅଛନ୍ତି। ସମସ୍ତଙ୍କୁ ଦେବଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଗାଡିଟି ଗଇଲୋରୁ ଦେବଗଡ଼ ଯାଉଥିଲା।