Below header

କେରଳର ବନ୍ୟାରେ ଫଶିରହିଥିବା ଓଡ଼ିଆ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କେରଳରେ ପ୍ରଳୟଙ୍କାରୀ ବନ୍ୟାରେ ଫଶିରହିଥିବା ଓଡ଼ିଆ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଯେଉଁମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ସେମାନେ ଫେରିପାରିବେ। ତାଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି। ଯୋଗାଯୋଗ ପାଇଁ SRCର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଥିବା SRC ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ସେହିପରି କେରଳରେ ଫଶିରହିଥିବା ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯାଇଥିବା ଶ୍ରମ କମିଶନର ସୂଚନା ଦେଇଛନ୍ତି । ଓଡ଼ିଆ ଶମିକଙ୍କ ପାଇଁ ୪ଟି ବଗି ସଂରକ୍ଷିତ ରହିଛି। ଆବଶ୍ୟକ ପଡିଲେ ଅଧିକ ବଗି ସଂରକ୍ଷଣ କରାଯିବ। ଫସି ରହିଥିବା ଶ୍ରମିକଙ୍କ ସହ ଯୋଗାଯୋଗ ପାଇଁ ୨ ବରିଷ୍ଠ ଅଧିକାରୀଙ୍କୁ କେରଳ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.