Below header

ବିବାଦରେ ବଲିଉଡ୍ କୁଇନ୍ : କଙ୍ଗନା ବିରୋଧରେ ଠକେଇ ଅଭିଯୋଗ ଆଣିଲେ ପ୍ରପର୍ଟି ଡିଲର୍

ପୁଣି ବିବାଦରେ ବଲିଉଡ୍ କୁଇନ୍ । କଙ୍ଗନା ରଣାୱତଙ୍କୁ ସମନ ପଠାଇଛି ମୁମ୍ବାଇ ପୋଲିସ୍ । କଙ୍ଗନା, ଭଉଣୀ ରଙ୍ଗୋଲୀ ଏବଂ ତାଙ୍କ ଟିମ୍ ବିରୋଧରେ ଜଣେ ପ୍ରପର୍ଟି ଡିଲର୍ ପ୍ରକାଶ ଜି ରୋହିରା ଠକେଇ ଅଭିଯୋଗ ଆଣି ମାମଲା ରୁଜୁ କରିଛନ୍ତି ।

ସୂଚନା ମୂତାବକ, ମୁମ୍ବାଇର ପାଲି ହିଲଠାରେ କଙ୍ଗନା ଗୋଟିଏ ବଙ୍ଗଳା କିଣିଥିଲେ । ଏହି ଘର ପାଇଁ ପ୍ରପର୍ଟି ଡିଲର ପ୍ରକାଶଙ୍କୁ ଦେବାକୁ ଥିବା କମିଶନ୍ ର ପୁରା ଟଙ୍କା ଦେଇନାହାଁନ୍ତି । ଅନ୍ୟପଟେ କଙ୍ଗନାଙ୍କ କହିବା ଅନୁଯାୟୀ ଡିଲରଙ୍କ ଦାବି ମୂତାବକ ସେ ଏକ ପ୍ରତିଶତ ଅର୍ଥାତ୍ ୨୦ ଲକ୍ଷ ଟଙ୍କା ଦେଇଛନ୍ତି । କିନ୍ତୁ ପ୍ରକାଶ ୨ ପ୍ରତିଶତ କମିଶନ୍ ଦାବି କରୁଛନ୍ତି । ତେବେ ଏହି ଟଙ୍କା ଦେବାକୁ ନାରାଜ ହେବାକୁ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପ୍ରକାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.