ଉତ୍ତରପ୍ରଦେଶ ବରେଲିରେ ଆର୍ମି ସର୍ଭିସକୋରରେ ଓଡିଆ ଯବାନ ସହିଦ

ଭୁବନେଶ୍ବର (କେ ନ୍ୟୁଜ୍) : ଉତ୍ତରପ୍ରଦେଶ ବରେଲିରେ ଆର୍ମି ସର୍ଭିସକୋରର ହାବିଲଦାର ଭାବେ କାମ କରୁଥିବା ଓଡିଆ ଯବାନ ସହିଦ । ମୃତ ଯବାନ ହେଲେ କଟକ ଜିଲ୍ଳା ବାଲିଝରୀ ଗାଁର ବିଜୟ କୁମାର କଟିକିଆ । ସେ ବରେଲିର ୫୦୬ ଏଏସସି ବାଟାଲିଅନରେ କାମ କରୁଥିଲେ । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ମରଶରୀର ବାଲିଝରୀ ଗାଁରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ବାସଭବନକୁ ନିଆଯାଇଥିଲା । ନରସିଂହପୁର ବଡମ୍ବାର ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବିଜୟ କୁମାରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।