Below header

ଡାକ୍ତରଖାନାରେ ହେଲା ଏକୋଇଶିଆ, ବୋରୱେଲରୁ ଉଦ୍ଧାର ହୋଇଥିଲା ଶିଶୁ କନ୍ୟା

ଡାକ୍ତରଖାନାରେ ହେଲା ଏକୋଇଶିଆ। ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ଏକୋଇଶିଆ ପାଳିତ। ଡିସେମ୍ବର ୧୨ ତାରିଖରେ ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିଲା।

ଡାକ୍ତରଖାନାରେ ହେଲା ଏକୋଇଶିଆ। ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ଏକୋଇଶିଆ ପାଳିତ। ଡିସେମ୍ବର ୧୨ ତାରିଖରେ ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ସେବେଠାରୁ ଡାକ୍ତରଖାନାରେ ଶିଶୁ କନ୍ୟା ଚିକିତ୍ସିତ ହେଉଥିବା ବେଳେ ଆଜି ତାର ଏକୋଇଶିଆ ପାଳନ କରାଯାଉଛି। ଭୀମସାର ଏସଏନସିୟୁକୁ ବେଲୁନ ଓ ଫୁଲମାଳରେ ସଜ୍ଜା ଯାଇଛି। ଜୀବନ ଯୁଦ୍ଧରେ ବିଜୟୀ ନବଜାତ ଶିଶୁ କନ୍ୟାକୁ ବିଜୟିନୀ ନାମକରଣ କରାଯାଇ ଆଜି ଏକୋଇଶିଆ ପାଳନ କରାଯାଉଛି। ଯଶୋଦା ଭାବେ ପାଳନ କରିଥିବା ଅନେକ ମା ଏହାକୁ ନେଇ ଆଜି ଖୁସିରେ ବିଭୋର l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.