ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ବଦଳିଲା ମ୍ୟାଚ ଆରମ୍ଭ ସମୟ

ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ହାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କେପଟାଉନରେ ଖେଳାଯାଉଛି । ଜାନୁଆରୀ ୩ ତାରିଖରୁ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୧.୩୦ ନୁହେଁ ଅପରାହ୍ନ ୨ଟାରେ ଆରମ୍ଭ ହେବ ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ହାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କେପଟାଉନରେ ଖେଳାଯାଉଛି । କେପଟାଉନର ନ୍ୟୁଲ୍ୟାଣ୍ଡସ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଜାନୁଆରୀ ୩ ତାରିଖରୁ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୧.୩୦ ନୁହେଁ ଅପରାହ୍ନ ୨ଟାରେ ଆରମ୍ଭ ହେବ ।

ବୁଧବାରରୁ ଭାରତ-ଦକ୍ଷିଣ ଆଫ୍ରିକା କେପଟାଉନରେ ଖେଳାଯିବ । ମ୍ୟାଚ୍‌ ଭାରତୀୟ ସମୟାନୁସାରେ ୧.୩୦ ନୁହେଁ ୨.୦୦ ଠାରୁ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ମ୍ୟାଚ ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋଟର୍ସ ନେଟଓ୍ଵାର୍କରେ ହେବ । ଲାଇଭ ଷ୍ଟ୍ରିମିଂ ଡିଜନୀ+ହଟଷ୍ଟାରରେ ହେବ । ଯାହା ବିଲକୁଲ ମାଗଣା ।

କେପଟାଉନର ନ୍ୟୁଲ୍ୟାଣ୍ଡସ ମଇଦାନରେ ଟିମର ରେକର୍ଡ ବହୁତ ଖରାପ ରହିଛି । ୧୯୯୩ ଠାରୁ ଏପର୍ଯ୍ୟନ୍ତ ଭାରତ କେପଟାଉନରେ କୌଣସି ଟେଷ୍ଟ ସିରିଜ ଜିତିନାହିଁ । ଏପର୍ଯ୍ୟନ୍ତ ଏହି ମଇଦାନରେ ୬ଟି ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ ୪ଟି ହାରିଥିବା ବେଳେ ୨ଟି ମ୍ୟାଚ ଡ୍ର ରହିଛି ।

ଦ୍ୱିତୀୟ ଟେଷ୍ଟ ପାଇଁ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ଶ୍ରେୟସ ଆୟର, ଅଭିମନ୍ୟୁ ଈଶ୍ୱରନ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, କେଏଲ ରାହୁଲ (ଓ୍ଵିକେଟକିପର), କେଏସ ଭରତ (ଓ୍ଵିକେଟ କିପର), ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା(ଉପ ଅଧିନାୟକ), ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.