Below header

୨୦୨୪ ପାଇଁ କମିଶନରେଟ୍ ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ

୨୦୨୪ ପାଇଁ କମିଶନରେଟ୍ ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ । ଫୋକସରେ ନିର୍ବାଚନ ପରିଚାଳନା । ନିର୍ବାଚନରେ ସାଇବର ଭଲେଣ୍ଟିୟରଙ୍କୁ ନିୟୋଜିତ କରାଯିବ।

୨୦୨୪ ପାଇଁ କମିଶନରେଟ୍ ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ । ଫୋକସରେ ନିର୍ବାଚନ ପରିଚାଳନା । ବିଧାନସଭା ଓ ସାଧାରଣ ନିର୍ବାଚନକୁ କିପରି ସୁରୁଖୁରରେ କରିହେବ ସେ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ନିର୍ବାଚନରେ ସାଇବର ଭଲେଣ୍ଟିୟରଙ୍କୁ ନିୟୋଜିତ କରାଯିବ।

ଫେକ୍ ଭିଡିଓ, ହେଟ ସ୍ପିଚ୍ ଭଳି କାର୍ଯ୍ୟକୁ ଏହି ସାଇବର ବିଶେଷଜ୍ଞ ଦେଖିବେ। ଏହାସହ ସାଇବର ଅପରାଧ ରୋକିବା ବଡ଼ ଚାଲେଞ୍ଜ ରହିବ। ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ନିଶାମୁକ୍ତ ଅଭିଯାନକୁ ଗୁରୁତ୍ଵ ଦିଆଯିବ। ସେହିଭଳି ବସ୍ତିକୁ ଚାଲ, ଡ୍ରିମ୍ ସ୍ ଆଦି କାର୍ଯ୍ୟକ୍ରମ ଆଗକୁ ଚାଲିବ। ପିପୁଲ୍ ଫ୍ରେଣ୍ଡଲି ପୋଲିସକୁ ପ୍ରାଧାନ୍ୟତା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.