Below header

ତିନି ଭାଇ ଭଉଣୀଙ୍କ ପାଇଁ ଜୀବନ ପାଲଟିଛି ଜଞ୍ଜାଳ

କଥା କହିବାକୁ ସୁଯୋଗ ଦେଇନାହାଁନ୍ତି ଭଗବାନ ଏମାନଙ୍କୁ । ତିନି ଭାଇ ଭଉଣୀ ଯାକ ମୂକ ଓ ବଧୀର । କାହିଁକି କେଜାଣି ଏକାବେଳେ ଏତେ ଦୁଃଖ ଦିଅନ୍ତି ଭଗବାନ । ଏ ମାଆର ମନ କଣ ହଉଥିବ କହିଲେ । ମାଆ ବି ଠାର ଠାରରେ କଣ ସବୁ କହିପକାଉଛି ତାର ପିଲାମାନଙ୍କୁ । ସେମାନେ ବି ସେହି ଠାରରେ ଠାରରେ ମାଆ କଥା ବୁଝିପାରୁଛନ୍ତି ।

ଅନୁଗୋଳ (କେନ୍ୟୁଜ) :  ତିନି ଭାଇ ଭଉଣୀ । କେତେ ସୁନ୍ଦର ସେମାନଙ୍କ ହସ । କିନ୍ତୁ ଏହି ହସ ଭିତରେ ଚାପି ରହିଛି ସେମାନଙ୍କ ଅକୁହା କଥା । ଯାହାକୁ ସେମାନେ ଶବ୍ଦରେ ପ୍ରକାଶ କରିପାରିବେନି । କାହିଁକିନା ଏମାନେ ପା କଥା କହିପାରନ୍ତିନାହିଁ । କଥା କହିବାକୁ ସୁଯୋଗ ଦେଇନାହାଁନ୍ତି ଭଗବାନ ଏମାନଙ୍କୁ । ତିନି ଭାଇ ଭଉଣୀ ଯାକ ମୂକ ଓ ବଧୀର । କାହିଁକି କେଜାଣି ଏକାବେଳେ ଏତେ ଦୁଃଖ ଦିଅନ୍ତି ଭଗବାନ । ଏ ମାଆର ମନ କଣ ହଉଥିବ କହିଲେ । ମାଆ ବି ଠାର ଠାରରେ କଣ ସବୁ କହିପକାଉଛି ତାର ପିଲାମାନଙ୍କୁ । ସେମାନେ ବି ସେହି ଠାରରେ ଠାରରେ ମାଆ କଥା ବୁଝିପାରୁଛନ୍ତି ।

ରାହା ଖୋଜୁଛନ୍ତି ୩ ଭିନ୍ନ କ୍ଷମ ଭାଇ ଭଉଣୀ । ଅନୁଗୋଳ ସହର ଠାରୁ ମାତ୍ର ୬ କିଲୋମିଟର ଦୂର ନାଲକୋ ଟାଉନସିପ ପାଚେରି କଡରେ ଗଢି ଉଠିଥିବା ବଳରାମପ୍ରସାଦ ଗାଁ ସନ୍ନିକଟ ସିତୁରା ସାହିର ବାସ୍ତବ ସ୍ଥିତିକୁ ଅବଲୋକନ କଲେ ଜାଣି ହୁଏ । ଏହି ସାହିରେ ପ୍ରାୟ ୫୦ ଗରିବ ପରିବାର ବସବାସ କରନ୍ତି। ଏଠାକାର ବାସିନ୍ଦାଙ୍କ ଜୀବନ ଜୀବିକା କହିଲେ ନାଲକୋ ଅଞ୍ଚଳର ରାସ୍ତା ଓ ନାଳ ନର୍ଦ୍ଦମାରୁ ଭଙ୍ଗା କାଚ ଓ ପ୍ଲାଷ୍ଟିକ ବୋତଲ ଏବଂ ଜରି ଗୋଟାଇବା। ରାତି ପାହିଲେ ଦଳଦଳ ହୋଇ ମହିଳା ଓ ପୁରୁଷ ଏବଂ ସେମାନଙ୍କ ଶିଶୁମାନେ ହାତରେ ଜରି ଅଖାଟିଏ ଧରି ବାହାରି ପଡନ୍ତି ପରିତ୍ୟକ୍ତ ସାମଗ୍ରୀ ଗାଟାଇବାକୁ । ଦିନତମାମ ଯାହା ଗୋଟାନ୍ତି ତାହାକୁ ସନ୍ଧ୍ୟାରେ କବାଡିଆ ଦୋକାନରେ ବିକି ସେଥିରେ ସେମାନଙ୍କ ପରିବାର ଚଳେ। ଉପର ଝିଅ ଝୁଲଣା, ସାନଝିଅ ଖୁଲଣା ଏବଂ ସାନପୁଅ କ୍ରିଷ୍ଣା ଜନ୍ମରୁ ମୂକ ଓ ବଧୀର । ଝୁଲଣାର ବୟସ ଏବେ ୧୪ ବର୍ଷ ହୋଇଥିବାବେଳେ ସାନ ଭଉଣୀ ଖୁଲଣାର ବୟସ ୧୨ ବର୍ଷ ଓ ପୁଅକ୍ରିଷ୍ଣାର ବୟସ ୯ ବର୍ଷ ।

ଶୀତୁରା ସାହିରେ ରହୁଥିବା ଗୋଟିଏ ପରିବାର ୩ ଭାଇ ଓ ଭଉଣୀ ଜନ୍ମରୁ ମୂକ ଓ ବଧୀର। ପରିବାର କହିଲେ ୫ ଜଣ ସଦସ୍ୟ । ପିତା ସନା ପ୍ରଧାନ ଓ ମାତା ଝୁମିରି ପ୍ରଧାନ । ଏମାନଙ୍କ ବଡ଼ ଦୁଃଖ ତିନି ମୂକ ଓ ବଧିର ପିଲାଙ୍କୁ ନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି ସନା ଓ ତାଙ୍କ ପତ୍ନୀ ଝୁମୁରି । ଏଭଳି ଅବସ୍ଥା ଭିତରେ ପରିବାର କାଳାତିପାତ କରୁଥିବା ବେଳେ ସେମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି । ଜରି ପାଲ ତଳେ ଜୀବନ ଜୀଉଁଥିବା ଏହି ୩ ଭାଇ ଭଉଣୀଙ୍କ ପାଖରେ ସରକାରଙ୍କ କୌଣସି ଯୋଜନା ପହଞ୍ଚି ପାରିନି । ଓଳି ଓଳିଏ ଖାଇଲେ ଆର ଓଳି ଉପାସରେ ର ରହୁଥିବା ଏହି ପରିବାରର ୩ ଭତ୍ତା ପାଇବାରେ ବଞ୍ଚିତ ହୋଇଥିବାବେଳେ ଚାଉଳ ଗଣ୍ଡାଏ ମଧ୍ୟ ପାଉନଥିବା ପ୍ରକାଶ କରିଛି ମା’ ଝୁମୁରି ।

ରାସ୍ତାକଡ଼ରୁ ପ୍ଲାଷ୍ଟିକ ବୋତଲ ଗୋଟାଇଲେ ଗଣ୍ଡେ ଖାଇବାକୁ ଯୋଗାଡ କରୁଛନ୍ତି ବୋଲି କହିଛନ୍ତି ‘ ମା’ ଝୁମୁରି । ଏପରିକି ତିନି ଭିନ୍ନକ୍ଷମ ପିଲାଙ୍କୁ ପରିଚୟ ପତ୍ରଟିଏ ମଧ୍ୟ ମିଳିନି ବୋଲି ଅତ୍ୟନ୍ତ ଦୁଃଖର ସହ ସେ କହିଛନ୍ତି । ବିକାଶର ଅସଲ ଚିତ୍ର ଏହି ବସ୍ତିରେ ପହଞ୍ଚିବା ପରେ ବାରି ହୋଇ ପଡିଛି । ଏହି ବସ୍ତିର ପିଲାମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ୩ ଭାଇ ଓ ଭଉଣୀଙ୍କ ମଧ୍ୟରୁ ଝୁଲଣା ଓ ଖୁଲଣାଙ୍କୁ ସେହି ବଳରାମପ୍ରସାଦ ଗ୍ରାମରେ ଥିବା ନକୂଳ ଚନ୍ଦ୍ର ଅନ୍ଧ ଓ ମୂକ ବିଦ୍ୟାଳୟ କର୍ତ୍ତୃପକ୍ଷ କିଛିଦି ବିଦ୍ୟାଳୟକୁ ନେଇଥିଲେ । ମାତ୍ର ଉକ୍ତ ବିଦ୍ୟାଳୟର ପରିଚାଳନାକୁ ନେଇ ବିବାଦ ଉପୁଜିବା ପରେ ସରକାର ପ୍ରାୟ ୨ ବର୍ଷରୁ ଅଧିକ ସମୟ ହେବ ଅନୁଦାନ ବନ୍ଦ କରି ଦେଇଛନ୍ତି ।

ଏହା ପରଠାରୁ ସେହି ବିଦ୍ୟାଳୟକୁ ଝୁଲଣା ଓ ଖୁଲଣା ଆଉ ଯାଉ ନାହାଁନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ଅନୁଗୋଳ ସହରର ରାଣୀଗୋଡା ଗ୍ରାମରେ ଏକ ସ୍ବତନ ବିଦ୍ୟାଳୟ ଖୋଲା ଯାଇଥିଲେ ମଧ୍ୟ ଏହି ୩ ଭାଇ ଭଉଣୀଙ୍କ ପାଖରେ ଜିଲା ପ୍ରଶାସନ ପହଞ୍ଚି ପାରି ନାହିଁ । ମାତ୍ର ୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପରିଚାଳିତ ଉକ୍ତ ସରକାରୀ ଭିନ୍ନକ୍ଷମ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଏହି ତିନି ଭିନ୍ନକ୍ଷମ ଭାଇ-ଭଉଣୀଙ୍କ ନିକଟରେ ପହଞ୍ଚି ପାରି ନାହାନ୍ତି । ଜିଲା ସଦରମହକୁମାଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ସମାଜର ସବୁଠୁ ଅବହେଳିତ ଭିନ୍ନକ୍ଷମ ପରିବାର ପାଖରେ ସରକାରୀ ଯୋଜନା ନପ ହଞ୍ଚିବା ଦୁର୍ଭାଗ୍ୟଜନକ । ଏହି ଭିନ୍ନକ୍ଷମ ଭାଇ ଭଉଣୀଙ୍କ ଦୁଃଖ କେବେ ଦୂର ହେବ, ସରକାର କେବେ ଏମାନଙ୍କ ଦୁଃଖ ଦୂର କରିବେ ତାହାକୁ ହିଁ ଅପେକ୍ଷା ରହିଲା । କାହିଁକିନା ଏ ପିଲାଙ୍କ ଜୀବନ ଆରମ୍ଭ ହୋଇଛି ମାତ୍ର । ଆହୁରି ଲମ୍ବା ଜୀବନ ବାକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.