କଣ୍ଟାବାଞ୍ଜି ରେଳବାଇ ଷ୍ଟେସନରେ ଦାଦନ ଶ୍ରମିକଙ୍କ ମୃତ ଦେହ, ଦଲାଲ ଫେରାର

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲବାଇ ଷ୍ଟେସନରେ ଜଣେ ଦାଦନ ଶ୍ରମିକଙ୍କ ମୃତ ଶରୀର ପଡ଼ିରହିଥିବା ଦେଖିବାକୁ ମିଳିଛି । ବିଶାଖାପଟନମ ନିଜ୍ଜାମୁଦ୍ଦୀନ ସମତା ଏକ୍ସପ୍ରେସ ଟ୍ରେନରେ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନରେ ପହଞ୍ଚିଥିଲା।

କଣ୍ଟାବାଞ୍ଜି(କେନ୍ୟୁଜ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲବାଇ ଷ୍ଟେସନରେ ଜଣେ ଦାଦନ ଶ୍ରମିକଙ୍କ ମୃତ ଶରୀର ପଡ଼ିରହିଥିବା ଦେଖିବାକୁ ମିଳିଛି । ବିଶାଖାପଟନମ ନିଜ୍ଜାମୁଦ୍ଦୀନ ସମତା ଏକ୍ସପ୍ରେସ ଟ୍ରେନରେ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନରେ ପହଞ୍ଚିଥିଲା।

ମୃତ ଦାଦନ ଶ୍ରମିକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ କର୍ଲାମାଲ ଗ୍ରାମର ଗଜାନନ ଷାଣ୍ଡ ।  ସେ ଗତ କିଛି ମାସ ତଳେ ତାଙ୍କ ପରିବାର ସହ ବେଲପଡ଼ା ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାରଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇ ବାହାର ରାଜ୍ଯକୁ ଚାଲାଣ ହୋଇଥିଲେ।

କିଛିଦିନ ତଳେ ସେଠାରେ ଥିବା ଇଟା ଭାଟି ମାଲିକ ଶ୍ରମିକ ଗଜାନନଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କ ମାଲିକ ଜଣକ ଚିକିତ୍ସା ନ କରି ଟ୍ରେନରେ ବସାଇ ଦେଇଥିଲେ। ଫଳରେ ଟ୍ରେନରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଶରୀରକୁ ଦାଦନ ଦଲାଲ ଜଣକ ଟ୍ରେନରେ ନେଇ ଆସି କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ରଖି ଫେରାର ମାରିଥିବା ଅଭିଯୋଗ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.