Below header

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

ରାଜସୁନାଖଳା-ଚାନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତା କୋଟଗଡ ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯୁବକ ଏବଂ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଚୁଡା ଗ୍ରାମର ରମାକାନ୍ତ ସ୍ବାଇଁ।

ନୟାଗଡ଼ (କେନ୍ୟୁଜ): ରାଜସୁନାଖଳା-ଚାନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତା କୋଟଗଡ ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯୁବକ ଏବଂ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଚୁଡା ଗ୍ରାମର ରମାକାନ୍ତ ସ୍ବାଇଁ (୨୩ ) ।

ସୂଚନା ଅନୁସାରେ ରମାକାନ୍ତ ନିଜ ମାଙ୍କୁ ବାଇକରେ ବସାଇ ଚୂଡା ଗ୍ରାମ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ ସାମ୍ନାରୁ ଧକ୍କା ଦେଇଥିଲା। ମାତ୍ର ଘଟଣାସ୍ଥଳରେ ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା ଏବଂ ଅନ୍ୟ ବାଇକରେ ଥିବା ୩ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ରାଜସୁନାଖଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡ଼ାକ୍ତର ୩ ଗୁରୁତରଙ୍କୁ ଭୁବନେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.