ପର୍ବ ସମୟରେ ଏହି ଭୁଲ କରନ୍ତୁ ନାହିଁ, ନଚେତ୍‌ ରୁଷ୍ଟ ହେବେ ଦେବୀ ଦେବତା

ପର୍ବ ପ୍ରତ୍ୟେକଙ୍କ ମନରେ ଖୁସିର ଆନନ୍ଦ ଭରିଦିଏ । ତେବେ ବାସ୍ତୁ ଶାସ୍ତ୍ରକୁ ଅନେକ ସମୟରୁ ଅନୁସରଣ କରାଯାଉଛି । ବାସ୍ତୁଶାସ୍ତ୍ରର ଏଭଳି କିଛି ନିୟମ ରହିଛି ଯାହା ପର୍ବ ପର୍ବାଣୀ ସମୟରେ ଆପଣାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସୁଖ ସମୃଦ୍ଧି ବାସ କରିଥାଏ ।

ହିନ୍ଦୁ ଧର୍ମରେ ଅନେକ ପର୍ବ ପାଳନ କରାଯାଏ । ନବରାତ୍ରୀ, ଦୀପାବଳି, ଗଣେଷ ପୂଜା ଏବଂ ରକ୍ଷା ବନ୍ଧନ ଭଳି ଏମିତି ଅନେକ ବିଶେଷ ପର୍ବକୁ ଧୁମଧାମରେ ପାଳନ କରାଯାଏ । ତେବେ ଆଗକୁ ଆସୁଛି ଦୁର୍ଗାପୂଜା, ଯାହା ଦେଶର ଏକ ବଡ଼ ପର୍ବ । ଏହି ପୂଜାକୁ ନେଇ ସମସ୍ତଙ୍କ ମନରେ ଅସୁମାରୀ ଆନନ୍ଦ ଦେଖାଯାଇଛି । ମା’ ଘରକୁ ଆସିବା ପାଇଁ ଶ୍ରଦ୍ଧାଳୁମାନେ ଯଥା ସମ୍ଭବ ଚେଷ୍ଟା ମଧ୍ୟ କରୁଛନ୍ତି । ଘର ସଫା ରଖିବା, ସାଜସଜ୍ଜା ଏବଂ ଭିନ୍ନ ଭିନ୍ନ ପ୍ରକାର ଭୋଗ ପ୍ରସ୍ତୁତ କରାଯାଉଛି । ଏହି ସବୁରେ ଯେପରି କୌଣସି ଅଭାବ ନରହିଯାଏ ସେଥିପାଇଁ ପ୍ରତ୍ୟେକ ଭକ୍ତ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ।

ପର୍ବ ପ୍ରତ୍ୟେକଙ୍କ ମନରେ ଖୁସିର ଆନନ୍ଦ ଭରିଦିଏ । ତେବେ ବାସ୍ତୁ ଶାସ୍ତ୍ରକୁ ଅନେକ ସମୟରୁ ଅନୁସରଣ କରାଯାଉଛି । ବାସ୍ତୁଶାସ୍ତ୍ରର ଏଭଳି କିଛି ନିୟମ ରହିଛି ଯାହା ପର୍ବ ପର୍ବାଣୀ ସମୟରେ ଆପଣାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସୁଖ ସମୃଦ୍ଧି ବାସ କରିଥାଏ । ତେବେ ଆସନ୍ତୁ ଜାଣିବା ପର୍ବ ପର୍ବାଣୀ ସମୟରେ ବାସ୍ତୁ ଶାସ୍ତ୍ର ଅନୁଯାୟୀ କେଉଁ ସମସ୍ତ ଜିନିଷକୁ ଧ୍ୟାନରେ ରଖିବା ଜରୁରୀ, ଯାହା ଦ୍ୱାରା ନକରାତ୍ମକ ଶକ୍ତି ଦୂରରେ ରହିବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି ପ୍ରକାର ସମସ୍ୟା ନହେବ ।

କାହାକୁ ଅପମାନ ନକରିବା :
ମନେରଖନ୍ତୁ ବିଶେଷକରି ପର୍ବପର୍ବାଣି ସମୟରେ ଆପଣ ବୟସ୍କ ବ୍ୟକ୍ତି କିମ୍ବା ଗରିବ ଲୋକଙ୍କୁ ଅପମାନ କରିବେ ନାହିଁ । ବିଶେଷକରି ଅପ୍ରୀତିକର ଶବ୍ଦ କହିବା ସମୟରେ ସବୁବେଳେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । ପର୍ବ ସମୟରେ କାହାକୁ କଷ୍ଟ ଦେବେ ନାହିଁ । ପର୍ବ ସମୟରେ ମିଛ ନକହିବା ପାଇଁ ଚେଷ୍ଟା କରନ୍ତୁ । ବୟସ୍କ ବ୍ୟକ୍ତିମାନଙ୍କୁ ସବୁବେଳେ ସମ୍ମାନ ଦିଅନ୍ତୁ ଏବଂ ସେମାନଙ୍କ ଆଶୀର୍ବାଦ ନେବାକୁ ଚେଷ୍ଟା କରନ୍ତୁ ।

ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ :
ପର୍ବ ସମୟରେ ଭଙ୍ଗା ଜିନିଷକୁ ଘରୁ ବାହାର କରନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏଭଳି ଭଙ୍ଗା ଜିନିଷ ଘରେ ରଖିବା ଶୁଭ ହୋଇ ନଥାଏ ଏବଂ ଏଭଳି ବସ୍ତୁ ଘରେ ମଇଳା କରିଥାଏ । ପର୍ବ ସମୟରେ ଘରର ପରିବେଶକୁ ସମ୍ପୂର୍ଣ୍ଣ ପରିଷ୍କାର ରଖିବାକୁ ଚେଷ୍ଟା କରନ୍ତୁ ।

ଏପରି ପୋଷାକ ବାଛନ୍ତୁ ନାହିଁ :
ଭାରତୀୟ ସଂସ୍କୃତି ଅନୁଯାୟୀ ପର୍ବ ସମୟରେ ଚିରା ପୋଷାକ ପିନ୍ଧିବା ଠିକ୍ ନୁହେଁ । ଯଦି ପର୍ବ ସମୟରେ କୌଣସି ବ୍ୟକ୍ତି ଏପରି ପୋଷାକ ପିନ୍ଧିଥାନ୍ତି ତେବେ ଏହା ସକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ଏହା ବ୍ୟତୀତ ପର୍ବ ସମୟରେ ମଇଳା କିମ୍ବା ଚିରି ଯାଇଥିବା ପୋଷାକ ପିନ୍ଧିବା ପରିବର୍ତ୍ତେ ପରିଷ୍କାର ଏବଂ ସାଂସ୍କୃତିକୁ ପରିବେଶକୁ ଧ୍ୟାନରେ ରଖି ପୋଷାକ ବାଛନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.