Below header

ରାଜଧାନୀରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ, ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ହାଣିଲେ

ପୁରୀକୁ ବାଇପାସ ରୋଡରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ । ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଗୁରୁତର ଭାବେ ଆହତ ଗୌରାଙ୍ଗ ଦାସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରାତିରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ । କେତେ ବେଳେ ସହର ଭିତରେ ତ ପୁଣି କେତେ ବେଳେ ଅପର୍ଟମେଣ୍ଟ ରେ। ଗତକାଲି ଇନ୍ଫୋସିଟି ଥାନା ରାଜବାଟୀକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ ପୁଣି ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ। ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଗୁରୁତର ଭାବେ ଆହତ ଗୌରାଙ୍ଗ ଦାସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁରୀକୁ ବାଇପାସ ରୋଡରେ ଯିବା ରାସ୍ତାରେ ଥିବା ମଂଗରାଜ ପଏଣ୍ଟରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, କେ-ୱାନ୍ ସିକ୍ୟୁରିଟି ଏଜେନ୍ସିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଗୌରାଙ୍ଗ ଦାସ। ଏକ ଅଟୋ ସୋ ରୁମ୍ ରେ ଡିୟୁଟି କରୁଥିବା ଅବସ୍ଥାରେ ଏହି ଘଟଣା ଘଟିଛି। ତାଙ୍କ ଘର ଯାଜପୁର ଅଞ୍ଚଳର ବୋଲି କୁହାଯାଉଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପୁରୀ ବାଇପାସ୍ ରୋଡ , ମଙ୍ଗରାଜ ପଏଣ୍ଟ ନିକଟରେ ଏହି ଘଟଣା ଘଟିଛି। ସବୁଦିନ ପରି ଡ୍ୟୁଟି କରୁଥିବା ବେଳେ ହଠାତ୍ ତିନି ଜଣ ଦୁର୍ବୃତ୍ତ ଅସି ପାଣି ମାଗିଲେ। ପରେ ଲୁଟପାଟ କରିବାକୁ ଯୋଜନା କରି ବିଫଳ ହେବାରୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ସିକ୍ୟୁରିଟି ଗାର୍ଡଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ଟେର ପାଇନି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.