ନବରାତ୍ରି ଚତୁର୍ଥ ଦିନ : ଜାଣନ୍ତୁ ବ୍ରହ୍ମାଣ୍ଡର ଆଦିଶକ୍ତିଙ୍କୁ କିପରି କରିବେ ପୂଜା

ନବରାତ୍ରିର ଚତୁର୍ଥୀ ତିଥିରେ ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ । କୁଷ୍ମାଣ୍ଡା ଦେବୀ ବ୍ରହ୍ମାଣ୍ଡର ଆଦିଶକ୍ତି ବୋଲି କୁହାଯାଏ । ମା’ ଦୁର୍ଗାଙ୍କ ସମସ୍ତ ସ୍ୱରୂପ ମଧ୍ୟରୁ କୁଷ୍ମାଣ୍ଡା ସ୍ୱରୂପ ସବୁଠାରୁ ଉଗ୍ର ବୋଲି କୁହାଯାଏ ।

ଅକ୍ଟୋବର ୧୮ ତାରିଖରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ଏହି ନବରାତ୍ରିରେ ୯ ଦିନ ପର୍ଯ୍ଯନ୍ତ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ବରୂପକୁ ପୂଜା କରାଯାଏ। ନବରାତ୍ରିର ଚତୁର୍ଥୀ ତିଥିରେ ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ । କୁଷ୍ମାଣ୍ଡା ଦେବୀ ବ୍ରହ୍ମାଣ୍ଡର ଆଦିଶକ୍ତି ବୋଲି କୁହାଯାଏ । ମା’ ଦୁର୍ଗାଙ୍କ ସମସ୍ତ ସ୍ୱରୂପ ମଧ୍ୟରୁ କୁଷ୍ମାଣ୍ଡା ସ୍ୱରୂପ ସବୁଠାରୁ ଉଗ୍ର ବୋଲି କୁହାଯାଏ ।

ଶାରଦୀୟ ନବରାତ୍ରୀର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି । ନିଜର ମନ୍ଦହାସ ଦ୍ଵାରା ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ମାତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ ଦଶଦିଗ ଉଦଭାସିତ ହୋଇଥାଏ । ମାଆ ଙ୍କର ଭୁଜ ସଂଖ୍ୟା ଆଠ, ମା ଅଷ୍ଟଭୁଜା ଅଟନ୍ତି । କମଣ୍ଡଳୁ, ଧନୁ ବାଣ, କମଳ ପୁଷ୍ପ, ଅମୃତ ପୂର୍ଣ୍ଣ କଳସ, ଚକ୍ର, ଗଦା ଆଦିରେ ପରିଶୋଭିତ ହୋଇଥାନ୍ତି ମା । ଏହିଦିନ ମା ସାଧକମାନଙ୍କର ମନ ଅନାହତ ଚକ୍ରରେ ସ୍ଥିତ ହୋଇଥାଏ । ମା ଙ୍କୁ ଭକ୍ତି କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ ।

ଜାଣନ୍ତୁ ପୂଜା ବିଧି ଓ ଶୁଭ ମୁହୂର୍ତ୍ତ :

ସକାଳେ ଉଠି ସ୍ନାନ ସାରି ପୂଜା ସ୍ଥାନରେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରିବେ । ପରିସ୍କାର ଏବଂ ସଫା ପୋଷାକ ପିନ୍ଧିବେ । ଏହାପରେ ପୂଜା ସ୍ଥାନରେ ଦୀପ ପ୍ରଜ୍ବଳିତ କରିବେ । ମା’ ଦୁର୍ଗାଙ୍କୁ ଗଙ୍ଗାଜଳରେ ଅଭିଷେକ କରିବେ । ମା’ଙ୍କୁ ଅକ୍ଷତ, ସିନ୍ଦୁର, ଲାଲ ଫୁଲ ଅର୍ପଣ କରିବେ । ପ୍ରସାଦରେ ଫଳ ଓ ମିଠା ଭୋଗ କରିବେ । ଧୂପ ଓ ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା’ଙ୍କ ଆଳତୀ କରିବେ ।

ମା କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ । ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ । ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ । ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ ।

ଭୋଗ :

ମା’ କୁଷ୍ମାଣ୍ଡାଙ୍କୁ ପ୍ରସନ କରିବା ପାଇଁ ମାଲପୁଆ ଭୋଗ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.