Below header

ନୀଳଗିରିର ପ୍ରତ୍ୟକ୍ଷ ମା’ କନକ ଦୁର୍ଗା, ଜାଣନ୍ତୁ ନବରାତ୍ରୀରେ କଣ ଦିଆଯାଏ ଏଠାରେ ବଳି

ମା କନକ ଦୁର୍ଗାଙ୍କର ବଳିନାହକ କ୍ରୀଡ଼ା, ନୀଳଗିରି ରାଜବଂଶର ଏକ ରାଜବଂଶୀୟ ଐତିହାସିକ ପରମ୍ପରା । ଯାହା ଷୋହଳ ଶହ ରୁ ସତର ଶହ ମସିହା ମଧ୍ୟରେ ନୀଳଗିରି ଗଡ଼ଜାତ ରାଜ୍ୟରେ ଆରମ୍ଭ ହୋଇଥିବା କୁହାଯାଏ ।

ନୀଳଗିରି(କେନ୍ୟୁଜ୍): ମା କନକ ଦୁର୍ଗାଙ୍କର ବଳିନାହକ କ୍ରୀଡ଼ା, ନୀଳଗିରି ରାଜବଂଶର ଏକ ରାଜବଂଶୀୟ ଐତିହାସିକ ପରମ୍ପରା। ଯାହା ଷୋହଳ ଶହ ରୁ ସତର ଶହ ମସିହା ମଧ୍ୟରେ ନୀଳଗିରି ଗଡ଼ଜାତ ରାଜ୍ୟରେ ଆରମ୍ଭ ହୋଇଥିବା କୁହାଯାଏ । ତତକାଳୀନ ରାଜା କୃଷ୍ଣ ଚନ୍ଦ୍ର ମର୍ଦରାଜଙ୍କ ସମୟରେ ବଳି ପ୍ରଥାଟି ଆରମ୍ଭ ହୋଇଥିବା ଲୋକକଥା ରହିଛି । ମା କନକ ଦୁର୍ଗା ଅତ୍ୟନ୍ତ ପ୍ରତ୍ୟକ୍ଷ ଦେବୀ ଭାବେ ନୀଳଗିରି ଗଡ଼ଜାତ ରାଜ୍ୟରେ ବେଶ୍ ଜଣାଶୁଣା। ରାଜବଂଶର ସେ ଅଧିଷ୍ଠାତ୍ରୀ ଦେବୀ । ଯିଏ ଗଡ଼ଦେବୀ ଭାବେ ରାଜଗଡର ସୁରକ୍ଷା ସହିତ ରାଜ ବଂଶର ସୁରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି।

ନରବଳି, ମଇଁଷି ବଳି, ବୋଦାବଳି, ମେଣ୍ଢା ବଳି ଏସବୁବଳି ପ୍ରଥା କେବେ ଥିଲା । ଯାହା ନୀଳଗିରିର ଶେଷ ରାଜା ରାଜେନ୍ଦ୍ର ଚନ୍ଦ୍ର ମର୍ଦରାଜଙ୍କ ସମୟରେ ସମ୍ପୂର୍ଣ୍ଣ ବନ୍ଦ ହୋଇ କଖାରୁ ବଳିରେ ସୀମିତ ରହିଛି । ଏପଟେ ପ୍ରାଥମିକ ଅବସ୍ଥାରେ ମାଙ୍କ ପ୍ରତିନିଧି ସାଜିଥିବା ଲୋକଟି ଉକ୍ତ ଖେଳରେ ଦାସୀ ଭାବେ ବିଶ୍ରାମ ହୋଇ, ଯେକୌଣସି ଜଣେ ବ୍ୟକ୍ତିକୁ ଛୁଇଁଥାନ୍ତି ।

ଯେଉଁ ବ୍ୟକ୍ତିକୁ ଛୁଇଁଥାନ୍ତି ସେହି ବ୍ୟକ୍ତି ଜଣକ କୁଆଡେ କିଛି ଦିନ ପରେ ରୋଗାଗ୍ରସ୍ତ ହୋଇ ମୁତ୍ୟୁବରଣ କରେ ବୋଲି ଲୋକ ମୁଖରୁ ଶୁଣାଯାଇଛି । ତେବେ ତାର କିଛି ପ୍ରମାଣ ନଥିବା କୁହାଯାଏ । ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ,ବହୁ ପୂର୍ବରୁ ମଇଁଷି, ବୋଦା ଏବଂ ମେଣ୍ଢା ବଳି ଦିଆଯାଉଥିବା ରାଜ ପରିବାର ପକ୍ଷରୁ ଜଣାଯାଏ। ମାଙ୍କ ନବଦିିନାତ୍ମକ ପୂଜାରେ ପୂର୍ବରୁ ଉକ୍ତ ଖେଳ ଆଠ ଦିନ ହେଉଥିଲା ବେଳେ ଏବେ ପାଞ୍ଚଦିନରେ ସୀମିତ ରହିଛି ।

ଏବେର ସମୟରେ ପ୍ରତୀକାତ୍ମକ ଭାବେ, ମାଙ୍କ ପୀଠରେ କଖାରୁ ବଳି ଦିଆ ଯାଉଥିବା ଦେଖା ଯାଉଛି । ଆଜି ଦିନରେ ବଳି ନାହାକ ଖେଳ ନୀଳଗିରିରେ ସାଧାରଣ ଜନତାଙ୍କ ପାଇଁ ଏକ ଆମୋଦ ପ୍ରମୋଦର ବିଷୟ ପାଲଟିଛି । ଏହି ଖେଳ ଦେଖିବାକୁ ହଜାର ହଜାର ଲୋକଙ୍କର ଆଗମନ ହୁଏ। ସବୁଠାରୁ ମଜା ଉଠାନ୍ତି କିଶୋର ଓ ଯୁବକ ମାନେ। ମା କନକ ଦୁର୍ଗା ପୀଠ ଠାରୁ ଜଗନ୍ନାଥ ମନ୍ଦିର ସମ୍ମୁଖ ଓ ବଡ଼ଦାଣ୍ଡ, ଜନ ସମାଗମରେ ଦୁଇ ତିନି ଘଣ୍ଟା ସମୟ ଅତିବାହିତ ହୋଇଯାଇଥାଏ ।

ପ୍ରତୀକାତ୍ମକ ଭାବେ ମା କନକ ଦୁର୍ଗା ସମସ୍ତଙ୍କର ଦୁଃଖ ଓ ଦୂର୍ଗତିକୁ ନାଶ କରିବାର ଏହି ଖେଳ ପ୍ରମୁଖ ଭୂମିକା ନେଇଥିବା ସହିତ, ମା’ ପ୍ରଜାପାଳକ ରାଜା ଓ ପ୍ରଜାଙ୍କ ମଧ୍ୟରେ ,ପ୍ରେମ ଓ ସମ୍ପର୍କର ଅଭୟ ପ୍ରଦାନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.