ଇତିହାସ ରଚିଲା ନେଦରଲ୍ୟାଣ୍ଡସ ଟିମ୍‌, ଶକ୍ତିଶାଳୀ ସାଉଥ ଆଫ୍ରିକାକୁ ୩୮ ରନରେ ହରାଇଲା

୨୦୦୭ ପରେ ବିଶ୍ବକପରେ ନେଦରଲାଣ୍ଡସର ଏହା ପ୍ରଥମ ବିଜୟ । ନେଦରଲ୍ୟାଣ୍ଡ୍ସ କେବେ ବି ଦକ୍ଷିଣ ଆଫ୍ରିକାକୁ ଦିନିକିଆରେ ହରାଇ ନଥିଲା । ଏହାପୂର୍ବରୁ ଦୁଇ ଦଳ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ଦକ୍ଷିଣ ଆଫ୍ରିକା ବିଜୟ ହୋଇଥିଲା ।

ଦିନିକିଆ ବିଶ୍ୱକପରେ ସାଉଥ ଆଫ୍ରିକା ଟିମକୁ ଲାଗିଛି ବଡ଼ ଝଟକା । ସାଉଥଆଫ୍ରିକାକୁ ୩୮ ରନରେ ହରାଇଛି ନେଦରଲ୍ୟାଣ୍ଡସ । ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡସ ୨୪୫ ରନ୍ କରିଥିଲା । ପରେ ୪୩ ଓଭରରେ ମାତ୍ର ୨୦୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ସାଉଥ ଆଫ୍ରିକା । ପ୍ରଥମ ମ୍ୟାଚରେ ରେକର୍ଡ଼ ସ୍କୋର କରି ଜିତିଥିବା ଦକ୍ଷିଣ ଆଫ୍ରିକାକୁ ଅବିଶ୍ବସନୀୟ ଭାବେ ହରାଇ ଦେଇଛି ଟୁର୍ଣ୍ଣାମେଣ୍ଟର ସବୁଠୁ ଦୁର୍ବଳ ଦଳ ନେଦରଲାଣ୍ଡସ । ଏହା ସହିତ ଐତିହାସିକ ବିଜୟ ହାସଲ କରିଛି । ୨୦୦୭ ପରେ ବିଶ୍ବକପରେ ନେଦରଲାଣ୍ଡସର ଏହା ପ୍ରଥମ ବିଜୟ । ପୂର୍ବରୁ ଗତଥର ଚାମ୍ପିଅନ୍ ଇଂଲଣ୍ଡକୁ ଆଫଗାନିସ୍ତାନ ପରାସ୍ତ କରି ବଡ଼ ବିଜୟ ହାସଲ କରିଥିଲା ।

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଶକ୍ତିଶାଳୀ ସାଉଥ ଆଫ୍ରିକାକୁ ହରାଇ ଦେଇଛି । କାରଣ ଆଜି ଯାଏ ନେଦରଲ୍ୟାଣ୍ଡ୍ସ କେବେ ବି ସାଉଥ ଆଫ୍ରିକାକୁ ଦିନିକିଆରେ ହରାଇ ନଥିଲା । ଏହାପୂର୍ବରୁ ଦୁଇ ଦଳ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ସାଉଥ ଆଫ୍ରିକା ବିଜୟ ହୋଇଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନେଦରଲ୍ୟାଣ୍ଡ୍ସ ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ଅପରାଜିତ ୭୮ ରନ ବଳରେ ନିର୍ଦ୍ଧାରିତ ୪୩ ଓଭରରେ ୮ ୱିକେଟ ହରାଇ ୨୪୫ ରନ କରିଥିଲା । ଏହାର ଜବାବରେ ସାଉଥ ଆଫ୍ରିକା ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନ କରିବାକୁ ସକ୍ଷମ ହୋଇଛି ।

Leave A Reply

Your email address will not be published.