Below header

ମଙ୍ଗୁଳିରେ ଦୁଇ ଦୁଇଟି ଦୁର୍ଘଟଣା ନେଲା ଦୁଇ ଜୀବନ : ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ଚାଳକ ମୃତ ଓ ଜଣେ ଗୁରୁତର

ଚୌଦ୍ୱାର (କେ ନ୍ୟୁଜ୍‌) : ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଲା ଆଇରନ୍ ବୋଝେଇ ଟ୍ରକ୍ । ଘଟଣା ସ୍ଥଳରେ ଟ୍ରକ୍ ଚାଳକ ମୃତ ଓ ସହଯୋଗୀ ଗୁରୁତର । ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ଓ ଚୌଦ୍ୱାର ଦମ୍‌କଳ ବାହିନୀ ପହଁଚିଂ ୩ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରି ଗ୍ୟାସ୍ କଟର ସାହାଯ୍ୟରେ ଟ୍ରକ୍ କେବିନ୍‌କୁ କାଟି ଟ୍ରକ୍ ଚାଳକ ଓ ତାର ସହଯୋଗୀକୁ ଉଦ୍ଧାର କରିଥିଲେ । ହେଲେ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସହଯୋଗୀକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଭୟଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରିଛି ଟାଙ୍ଗୀ ପୋଲିସ୍ । ଟ୍ରକ୍‌ଟି ଚୌଦ୍ୱାରରୁ ମଙ୍ଗୁଳି ଆଡ଼କୁ ରଙ୍ଗ୍ ସାଇଡ୍‌ ଓଭରବ୍ରିଜ୍ ଉପର ଦେଇ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଅଜଣା ଗାଡ଼ି ଧକ୍କାରେ ଗ୍ୟାରେଜ ମିସ୍ତ୍ରୀ ମୃତ

ସେହିଭଳି ଆଜି ସକାଳେ ମଙ୍ଗୁଳିଛକ ନିକଟ ମେଣ୍ଡାଖାଇ ଜୋର ବ୍ରିଜ୍ ଉପରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଗ୍ୟାରେଜ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଚୌଦ୍ୱାର ଥାନା ସ୍ଥିତ ଶାଳଗାଁ ପଚାଂୟତ ଭୟରପୁର ଗ୍ରାମର ହୃଷୀକେଶ ଓଝା । ହୃଷୀକେଶ ନିଜ ଗ୍ୟାରେଜକୁ ଯିବା ପାଇଁ ଜାତୀୟ ରାଜପଥ ଚଣ୍ଡୀଖୋଲ-କଟକ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ କଟକ ଆଡକୁ ପଳାଇ ଯାଇଥିଲା । ହୃଷୀକେଶଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସେ ମୁମୂର୍ଷୁ ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିଲେ । ସ୍ଥାନୀୟ ଲୋକେ ଏନ୍‌ଏଚ୍‌ଆଇ ଆମ୍ବୁଲାନ୍ସସ୍ ଯୋଗେ କଟକ ବଡ ମେଡିକାଲକୁ ପଠାଇଥିଲେ । ହେଲେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଟାଙ୍ଗୀ ଥ।ନା ପୋଲିସ୍ ଘଟଣା ସ୍ଥଲରେ ପହଁଚିଂ ତଦନ୍ତ ଜାରି ରଖିଛି ।

MANGULI ACCIDENT-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.