SBI ପରିବର୍ତ୍ତନ କରିଛି ଏଟିଏମରୁ ଟଙ୍କା ଉଠାଇବାର ନିୟମ, ଏବେ ପ୍ରତିଦିନ ଏତିକି ଉଠାଇପାରିବେ

ଏସବିଆଇ ଗ୍ରାହକଙ୍କ ସୁବିଧା ପାଇଁ ଚାରି ପ୍ରକାରର ଡେବିଟ କାର୍ଡକୁ ଜାରୀ କରିଛନ୍ତି। ଏହି ସବୁ ଡେବିଟ କାର୍ଡ ମଧ୍ୟରେ ରହିଛି କ୍ଲାସିକ, ଗ୍ଲୋବାଲ, ଇଣ୍ଟରନ୍ୟାସନାଲ,ଗୋଲ୍ଡ ଇଣ୍ଟରନ୍ୟାସନାଲ ଏବଂ ପ୍ଲାଟିନିୟମ ଇଣ୍ଟାନ୍ୟାସନାଲ ଡେବିଟ କାର୍ଡ ସାମିଲ ରହିଛି। ଏହି ଡେବିଟ କାର୍ଡକୁ ଜାରୀ କରିବା ପାଇଁ ବ୍ୟାଙ୍କ କିଛି ଶୁଳ୍କ ମଧ୍ୟ ନେଇଥାଏ।

ଏବେ ଏହା ହୋଇଛି ପ୍ରତିଦିନର ଲିମିଟ୍

ଏଟିଏମରୁ କ୍ଲାସିକ ଡେବିଟ କାର୍ଡ ଧାରକ ପ୍ରତିଦିନ ୨୦ ହଜାର ଟଙ୍କା ଉଠାଇ ପାରିବେ। ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଡେବିଟ କାର୍ଡ ଧାରକ ପ୍ରତିଦିନ ୪୦ ହଜାର ଟଙ୍କା ଉଠାଇ ପାରିବେ। ଏହି ଦୁଇଟି କାର୍ଡ ବ୍ୟାଙ୍କ ଅଧିକ ଗ୍ରାହକଙ୍କୁ ଜାରୀ କରିଥାଏ।

debit cardଏହା ହେଉଛି ବାର୍ଷିକ ଶୁଳ୍କ

ବ୍ୟାଙ୍କ୍ କ୍ଲାସିକ ଡେବିଟ କାର୍ଡ ଉପରେ ୧୨୫ ଟଙ୍କା (ଜିଏସଟି ) ବାର୍ଷିକ ଶୁଳ୍କ ନେଇଥାଏ। ସେହିଭଳି କାର୍ଡ ହଜିଯାଇଥିଲେ ୩୦୦ ଟଙ୍କା (ଜିଏସଟି ଅତିରିକ୍ତ) ଶୁଳ୍କ ନେଇଥାଏ। ଇଣ୍ଟାନ୍ୟାସନାଲ ଡେବିଟ କାର୍ଡ ଉପରେ ୧୭୫ ଟଙ୍କା, ପ୍ଲାଟିନମ ଡେବିଟ କାର୍ଡରେ ମଧ୍ୟ ୧୭୫ ଟଙ୍କା ଏବଂ ପ୍ରିମିୟମ ବିଜନେସ କାର୍ଡ ଉପରେ ୩୫୦ ଟଙ୍କା ଶୁଳ୍କ ନିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.