Below header

ଦୀପାବଳି ପୂର୍ବରୁ ଅଘଟଣ, ବାଣ ଭିଡ଼ିବା ବେଳେ ଲିଭିଗଲା ଦୁଇଟି ଜୀବନ ଦୀପ

ଭୁବନେଶ୍ୱର : ସମୟ-ପ୍ରାୟ ସାଢ଼େ ୧୨ଟା । ସ୍ଥାନ-ବାଲିପାଟଣା ଥାନା ନୂଆସାହି । ହଠାତ୍‌ ଗାଁର ଜ୍ଞାନରଞ୍ଜନ ମିଶ୍ରଙ୍କ ଘରେ ଘଟିଲା ବଡ଼ ଧରଣର ବିସ୍ଫୋରଣ । ଥରି ଉଠିଲା ପୂରା ଗାଁ । ଘରଦ୍ୱାର ଭାଙ୍ଗି ଚୁରମାର୍‌ । ମୃତ୍ୟୁବରଣ କରିଛନ୍ତି ଜ୍ଞାନରଞ୍ଜନ ମିଶ୍ର ଓ ତାଙ୍କ ସ୍ତ୍ରୀ ଝୁନାମଣି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଣେତେଣେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ମୃତଦେହ । ଦୀପାବଳୀ ପାଇଁ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଛି।

ଘଟଣାସ୍ଥଳରେ ବାଲିପାଟଣା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଖୋଳତାଡ କରିଛନ୍ତି । ବିଭିନ୍ନ ପର୍ବପର୍ବାଣୀରେ ଜ୍ଞାନରଞ୍ଜନ ଘରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିଲେ । ଆଜି ଝିଅ ସ୍କୁଲ ଯିବା ପରେ ବାଣ ତିଆରିରେ ଲାଗିଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍‌ ବିସ୍ଫୋରଣ ସବୁ କିଛି ଛାରଖାର କରିଦେଲା ।  ନୂଆସାହିର ଜ୍ଞାନରଞ୍ଜନଙ୍କ ଘରେ ବେଆଇନ ଭିତରେ ବାଣ ବାନ୍ଧୁଥିଲେ । ବିସ୍ଫୋରଣରେ ପଡ଼ୋଶୀଙ୍କର ଘର ଦ୍ୱାର ବି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.