ଟିଡିପିର ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଅଭିଯାନ : ବିଜେପି ବିରୋଧରେ ୧୯ ପାଇଁ ପୁଣି ମହାମେଣ୍ଟର ମହାମେଳି

ନୂଆଦିଲ୍ଲୀ : ବିଜେପି ବିରୋଧରେ ୧୯ ପାଇଁ ପୁଣି ମହାମେଣ୍ଟର ମହାମେଳି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ । ଗତମାର୍ଚ୍ଚରେ ଏନ୍‌ଡିଏ ମେଣ୍ଟର ହାତ ଛାଡ଼ିଥିଲା ତେଲଗୁ ଦେଶମ୍‌ ପାର୍ଟି । ଆଜି କଂଗ୍ରେସ ଅଧ୍ୟକ୍ଷଙ୍କୁ ଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭେଟିବା ପରେ ୧୯ରେ ମହାମେଣ୍ଟ ଚର୍ଚ୍ଚା ପୁଣି ମୁଣ୍ଡ ଟେକିଛି । ଦେଶରେ ବର୍ତ୍ତମାନ ସ୍ଥିତିକୁ ନେଇ ଦୁଇ ନେତା ଆଲୋଚନା କରିଛନ୍ତି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ବିଜେପି ବିରୋଧୀ ଦଳଙ୍କୁ ଏକାଠି ହେବାକୁ ପଡିବ । ରାହୁଲ କହିଛନ୍ତି, ଦେଶର ଭବିଷ୍ୟତ ପାଇଁ ଅତୀତକୁ ଭୁଲି ବର୍ତ୍ତମାନ ସମସ୍ତେ ଏକାଠି ହେବା ଦରକାର ।

ରାହୁଲଙ୍କୁ ଭେଟିବା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏବଂ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଭେଟିଥିଲେ ।

ଆସନ୍ତା ଡିସେମ୍ବରରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଟିଡିପି-କଂଗ୍ରେସ ଏକାଠି ନିର୍ବାଚନ ଲଢିବେ । ୧୧୯ ଆସନରୁ ଟିଡିପି ୧୪ ଓ କଂଗ୍ରେସ ୯୫ଟି ଆସନରେ ପ୍ରାର୍ଥୀ ଦେବ । କଂଗ୍ରେସ ବିରୋଧୀ ଟିଡିପିର ଏହି ପଦକ୍ଷେପ ରାଜନୈତିକ ବାଧ୍ୟବାଦ୍ଧକତା ବୋଲି କୁହାଯାଉଛି । ତେବେ ଏହାକୁ ଦେଶର ବୃହତର ସ୍ୱାର୍ଥ ବୋଲି କହୁଛନ୍ତି ଚନ୍ଦ୍ରବାବୁ ନାଇଡୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.