ଗୋଟିଏ ଦିନରେ ଦଇବ ଲେଖିଲା ଦୁଇ ସାଙ୍ଗଙ୍କ ମରଣ, ମଶାଣୀରେ ଏକାଠି ଜଳିଲା ଜୁଇ

ଛୋଟ ବେଳୁ ସାଙ୍ଗ ଥିଲେ ଦୁଇ ଜଣ। ଏକାଠି ଚାଟ ଶାଳୀରୁ ପାଠ ଆରମ୍ଭ କରିଥିଲେ । ଏକାଠି କଲେଜ ବି ଗଲେ । ଉଭୟ ସବୁବେଳେ ସାଙ୍ଗ ହୋଇ ପାଠ ପଢୁଥିଲେ । ଦୁଇ ସାଙ୍ଗଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ। ହେଲେ କିଏ ଜାଣିଥିଲା ଏହି ଦୁଇ ସାଙ୍ଗଙ୍କ ମରଣ ବି ଦଇବ ଗୋଟିଏ ଦିନ ହିଁ ଲେଖିଥିଲା ।

ଉଦଳା(କେନ୍ୟୁଜ): ଛୋଟ ବେଳୁ ସାଙ୍ଗ ଥିଲେ ଦୁଇ ଜଣ। ଏକାଠି ଚାଟ ଶାଳୀରୁ ପାଠ ଆରମ୍ଭ କରିଥିଲେ । ଏକାଠି କଲେଜ ବି ଗଲେ । ଉଭୟ ସବୁବେଳେ ସାଙ୍ଗ ହୋଇ ପାଠ ପଢୁଥିଲେ । ଦୁଇ ସାଙ୍ଗଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ। ହେଲେ କିଏ ଜାଣିଥିଲା ଏହି ଦୁଇ ସାଙ୍ଗଙ୍କ ମରଣ ବି ଦଇବ ଗୋଟିଏ ଦିନ ହିଁ ଲେଖିଥିଲା । ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଦୁଇ ସାଙ୍ଗ ଚାଲି ଯାଇଛନ୍ତି ଆରପାରିକୁ । ବିଧିର ବିଧାନ ଆଗରେ ଆଜି ଦୁଇ ସାଙ୍ଗଙ୍କ ମଧ୍ୟରେ ପଡିଯାଇଛି ପୂର୍ଣଛେଦ ।

ଏଭଳି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଶିଳଘାଟି ଗ୍ରାମର । ଶୀଳଘlଟି ଗ୍ରାମର ଦାସ ସିଂ ଙ୍କ ପୁଅ ୨୦ ବର୍ଷିୟ ଛୋଟରାୟ ସିଂ ଓ ଭୀମ ମୁର୍ମୁଙ୍କ ୧୮ ବର୍ଷର ପୁଅ ତପନ ମୁର୍ମୁ ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଅକାଳ ପ୍ରାଣ ହାରିଛନ୍ତି। ସବୁ ଦିନ ପରି ଦୁଇ ସାଙ୍ଗ ଏକା ସାଙ୍ଗରେ ଖାଇବା, ଖେଳିବା ସହ ବୁଲା ବୁଲି କରିଥାନ୍ତି।

ତେବେ ଦୁଇ ସାଙ୍ଗ କଥା ହୋଇ ଚାଲି ଯାଇଛନ୍ତି ଆରପାରିକୁ। ତେବେ ଗତକାଲି ସନ୍ଧ୍ୟା ଠିକ ୭ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଉଭୟଙ୍କ ଜୀବନ ଚାଲିଯାଇଛି । ଛୋଟରାୟ ଓ ତପନ ଦୁଇ ସାଙ୍ଗ ଖୁଣ୍ଟା ମହାବିଦ୍ୟାଳୟକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ, ହେଲେ ଏକ ବାଇକ ଯୋଗେ ଘରକୁ ଫେରିବା ବାଟରେ ଶୀଳଘlଟି ଛକଠାରେ ଜଗି ବସିଥିଲା ଯମ । କିଏବା ଜାଣି ଥିଲା ଦୁଇ ସାଙ୍ଗଙ୍କ ଆୟୁଷ ଏଇଠି ଶେଷ ହେବ ବୋଲି । କିଛି ସମୟ ଭିତରେ ଦୁର୍ଘଟଣାର ଦୁଃଖଦ ଖବର ଆସି ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା, ହେଲେ ସେତେ ବେଳକୁ ସବୁକିଛି ସରିଯାଇଥିଲା ।

ଏପଟେ ଉଦଳା ମେଡିକାଲରେ ଶବ ବ୍ୟଚ୍ଛେଦ ପରେ ଦୁଇ ସାଙ୍ଗ ଙ୍କ ମର ଶରୀର ପହଞ୍ଚି ଥିଲା ଶିଳଘାଟି ଗ୍ରାମରେ। ଅପେକ୍ଷା କରି ରହିଥିଲେ ପରିବାର, ସାଙ୍ଗ ସାଥି, ସମ୍ପର୍କୀୟ ମାନେ। ସମସ୍ତ ଙ୍କ ମନରେ ଥିଲା ଅସରନ୍ତି ଦୁଃଖ। ଦୁଃଖ ଭିତରେ ଖୋଜି ବୁଲୁ ଥିଲେ ହରାଇ ଥିବା ଦୁଇ ସାଙ୍ଗଙ୍କୁ । କାନ୍ଦ ବୋବାଳି ରେ ଫାଟି ପଡୁଥିଲା ପୁରା ପରିବେଶ। ତେବେ ଏହି ଘଟଣା ପରେ ଭୁବନେଶ୍ୱରର ପୂବର୍ତନ ଡେପୁଟି ମେୟର ଭାରତୀ ସିଂ ଶୀଳଘlଟି ଗ୍ରାମ କୁ ଯାଇ ଦୁଇ ଦୁଃଖ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦୁଇ ପରିବାରଙ୍କ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

ଦୁଃଖଦ ପରିବେଶ ଭିତରେ ଗତକାଲି ଦୁଇ ସାଙ୍ଗଙ୍କ ମର ଶରୀରକୁ ଅନ୍ତିମ ସଂସ୍କାର ପାଇଁ ଗାଁ ନିକଟ ମଶାଣିକୁ ନିଆଯାଇଥିଲା । ସମାନ ସମୟରେ ଗୋଟିଏ ମଶାଣିରେ ଦୁଇ ସାଙ୍ଗଙ୍କ ମର ଶରୀର ଜୁଇରେ ଜଳି ଥିଲା । ତେବେ ଭାଗ୍ୟର ନିଷ୍ପତ୍ତି ଆଗରେ ସମସ୍ତେ ମାନିଛନ୍ତି ହାର। ଏହି ଦୁଇ ସାଙ୍ଗଙ୍କ ଭଲ ପାଇବାର ନିବିଡ଼ତା ସମସ୍ତଙ୍କ ପାଇଁ ଏକ ଅଭୁଲନୀୟ ସ୍ମୃତି ହୋଇ ରହିବ ।

 

Leave A Reply

Your email address will not be published.