Below header

ଢେଙ୍କାନାଳ ସରାଙ୍ଗ IGIT ରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଛାତ୍ର ଆହତ

ଢେଙ୍କାନାଳ: ଢେଙ୍କାନାଳ ସରାଙ୍ଗ IGIT ରେ ଉତ୍ତେଜନା। ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ସଂଘର୍ଷରେ ୫ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ବଟେକର ୨ୟ ଓ ୩ୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ୪ର୍ଥ ବର୍ଷର କିଛି ଛାତ୍ର ସେମାନଙ୍କୁ ବୁଝାଇବାକୁ ଯାଇଥିଲେ। ତେବେ କୌଣସି ସମାଧାନ ହୋଇନଥିଲା। ପରେ ବିଳମ୍ବିତ ରାତିରେ ୨ୟ ଓ ୩ୟ ବର୍ଷର କିଛି ଛାତ୍ର ୩ୟ ବର୍ଷର ଛାତ୍ର ରହୁଥିବା ଭାସ୍କର ଭବନ ଛାତ୍ରାବାସରେ ପଶି ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.