ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି: ନାସା

ଲାଣ୍ଡର ‘ବିକ୍ରମ’ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏହି ତଥ୍ୟ ଦେଇଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି । ଲ୍ୟାଣ୍ଡିଂ ସାଇଟର କିଛି ଫଟୋ ଜାରି କରିଛି ନାସା । LRO କ୍ୟାମେରା ଦ୍ୱାରା ଫଟୋଚିତ୍ର ଉତ୍ତୋଳନ କରାଯାଇଛି। ହେଲେ ବିକ୍ରମ ନିର୍ଦ୍ଦିଷ୍ଟ ଭାବେ କେଉଁଠି ରହିଛି ସେ ସଂପର୍କରେ ଏହା କିଛି ସୂଚନା ଦେଇପାରିନାହିଁ । ପୂର୍ବରୁ ଗତ ୭ ତାରିଖ ଭୋର ୧ଟା ୫୫ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ବିକ୍ରମ । ଏହାର କିଛି ସମୟ ପରେ ବିକ୍ରମ ଦେହରୁ ବାହରିଥାନ୍ତା ରୋଭର ପ୍ରଜ୍ଞା । କିନ୍ତୁ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ମିଶନ ଚନ୍ଦ୍ରାୟନ-୨କୁ ନେଇ ଇସ୍ରୋ ବୈଜ୍ଞାନିକଙ୍କ ଖୁସିରେ ଏହା ପାଣି ଭରି ଦେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.