Below header

ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ, ୬ ବନ୍ଧୁକ ଓ ଅଫୁଟା ଗୁଳି ଜବତ

କଟକ : ବହୁ ଅପରାଧରେ ଜଡ଼ିତ ଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚାଉଳିଆଗଞ୍ଜ ପୋଲିସ ହାତରେ ଗିରଫ ହୋଇଛନ୍ତି । ଦିପୁ ଓରଫ ଅଜିତ୍ ରାୟର ଘର ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ହୋଇଥିବା ବେଳେ ପପୁ ଓରଫ ଅଜୟ ମହାରଣା ଗଞ୍ଜାମର। ବନ୍ଧୁକ ବ୍ୟବସାୟ ମାମଲାରେ ଆଜି ଉଭୟଙ୍କୁ ବିଦ୍ୟାଧରପୁର ଗିରଫ କରିଛି । ସେମାନଙ୍କ ଠାରୁ ୬ଟି ବନ୍ଧୁକ , ଅନେକ ଅଫୁଟା ଗୁଳି, ମୋବାଇଲ ଓ ଦାମୀ କାର ମଧ୍ୟ ଜବତ କରିଛି ପୁଲିସ ।

chauliaganja ps

ଦୀର୍ଘ ୧୦ ବର୍ଷ ଧରି ଏମାନେ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ । ପପୁ ନାଁରେ ୧୧ଟି ମାମଲା ଯାଜପୁର, କଟକ, ଖୋର୍ଦ୍ଧାରେ ରହିଥିବା ବେଳେ ଦିପୁ ନାଁରେ ମଧ୍ୟ ୧୦ଟି ମାମଲା ରହିଛି କଟକ, କଟକ ରୁରାଲ, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରେ । ଏହି ଦୁଇ ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ଏକ ବଡ଼ ସଫଳତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.