Below header

କେନ୍ଦୁଝର : ଘଟଗାଁରେ ଗାଡ଼ି ଧକ୍କାରେ ଭାଲୁ ମୃତ, ମାଛଗଡ଼ରୁ ଉଦ୍ଧାର ହରିଣର ମୃତ୍ୟୁ

ଘଟଗାଁ (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ରାସ୍ତା ପାର ହେଉଥିବା ବେଳେ ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ ହୋଇଥିବା ବେଳେ ସାହାରପଡ଼ା ମାଛଗଡ଼ ବିଟ୍‌ରୁ ଉଦ୍ଧାର ହୋଇଥିବା ଏକ ହରିଣର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ରାସ୍ତାପାର ହେଉଥିବା ବେଳେ ଏକ ଭାଲୁକୁ ଗାଡି ଧକା ଦେବାରୁ ଭାଲଟିର ଘଟଣା ସ୍ଥଳରେ ମୃତ ଘଟିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନବିଭାଗ ମୃତ ଭାଲୁକୁ ଉଦ୍ଧାର କରି ଢେଙ୍କିକୋଟ ଫରେଷ୍ଟ ଅଫିସରେ ବ୍ୟବଚ୍ଛେଦ କରାଇବା ପରେ ପୋତିଦେଇଥିବା ଜଣାପଡିଛି।

deer

ସେହିପରି କେନ୍ଦୁଝର ଜିଲ୍ଲା ସାହାରପଡା ସେକ୍ସନ ମାଛଗଡ଼ ବିଟ ଅନ୍ତର୍ଗତ ବିରଳସାହିରେ ଗୋଟିଏ ହରିଣ ଗାଁ ମୁହାଁ ହୋଇଥିବା ବେଳେ କୁକୁରମାନଙ୍କର ଆକ୍ରମଣର ଶିକାର ହୋଇଥିଲା  । ଫଳରେ ଭୟରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶିଯାଇଥିଲା । ଘର ବାଡ଼ିରେ ଥିବା ଜାଲରେ ଛନ୍ଦି ହୋଇ ହରିଣ ଚିତ୍କାର କରୁଥିବା ବେଳେ ଲୋକେ ହରିଣଟିକୁ ଆହତ ଅବସ୍ଥାରେ ଉଦ୍ଧାର କରି ସାହାରପଡା ସେକ୍ସନ କୁ ଜଣାଇଥିଲେ ।

ଖବର ପାଇ ବନ ବିଭାଗ କର୍ମଚାରୀ ପହଁଚି ହରିଣଟିକୁ ଉଦ୍ଧାର କରି ବନ କାର୍ଯ୍ୟ।ଳୟକୁ ଆଣି ଥିଲେ ମଧ୍ୟ ସେଠାରେ ହରିଣ ଟିର ମୃତ୍ୟୁ ଘଟିଥିଲା l ମୃତ ହରିଣଟିକୁ ବ୍ୟବଚ୍ଛେଦ ନିମନ୍ତେ ବଡ଼ବିଲ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇଛି । ବ୍ୟବଚ୍ଛେଦ ପରେ ହରିଣଟିକୁ  ପୋତି ଦିଆଯିବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.