ଆଇପିଏଲ୍‌ ଭିତରେ ରିଲିଜ୍‌ ହେଲା କ୍ରିସ୍‌ ଗେଲ୍‌ଙ୍କ ‘ଜମୈକା ଟୁ ଇଣ୍ଡିଆ’ ଗୀତ, ଜବରଦସ୍ତ ଭାଇରାଲ ହେଉଛି ଏହି ର‍୍ୟାପ୍‌

ଧୂଆଁଦାର ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ବର୍ତ୍ତମାନ ଆଇପିଏଲ୍‌ ପାଇଁ ଭାରତରେ ଅଛନ୍ତି ଏବଂ ସେ ପଞ୍ଜାବ କିଙ୍ଗ୍‌ସ ଟିମ୍‌ର ସଦସ୍ୟ ରହିଛନ୍ତି। ଏଥର କ୍ରିସ୍‌ ଗେଲ୍‌ ନିଜ ବ୍ୟାଟିଂ ଯୋଗୁ ନୁହେଁ, ବରଂ ନିଜର ନୂଆ ଗୀତ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ନୂଆ ଗୀତ ‘ଜମୈକା ଟୁ ଇଣ୍ଡିଆ’ ରିଲିଜ୍‌ ହୋଇଛି। ରିଲିଜ୍‌ ହେଉ ହେଉ ଏହି ଗୀତ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଯାଇଛି। ଗୀତଟିକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି।

କହି ରଖୁଛୁ, ପଡ଼ିଆ ବାହାରେ କ୍ରିସ୍‌ ଗେଲ୍‌ ନିଜର ରଙ୍ଗୀନ ଅନ୍ଦାଜ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା ରହିଛନ୍ତି। ସେ ସୋସିଆଲ ମିଡିଆରେ ଖୁବ୍‌ ପପୁଲାର। ମଝିରେ ମଝିରେ ମଜାଳିଆ ଭିଡିଓ ଶେୟାର କରି ଫ୍ୟାନ୍‌ମାନଙ୍କର ଧ୍ୟାନ ଆକର୍ଷଣ କରିଥାଆନ୍ତି।

ଗେଲ୍‌ଙ୍କର ଏହି ଗୀତ ହିନ୍ଦୀ ଏବଂ ଇଂଲିଶ୍‌ ଉଭୟ ଭାଷାରେ ପ୍ରସ୍ତୁତ ହୋଇଛି। ଗୀତରେ ଇଂଲିଶ୍‌ ର‍୍ୟାପ୍‌ କ୍ରିସ୍‌ ଗେଲ୍‌ କରିଥିବା ବେଳେ ହିନ୍ଦୀ ର‍୍ୟାପ୍‌ ଏମିବେ କରିଛନ୍ତି। ଏପରିକି, ଦୁଇଜଣ ମିଶି ଏଥିରେ ପରଫର୍ମ ମଧ୍ୟ କରିଛନ୍ତି। ଏହି ଗୀତର ବୋଲ୍‌ ଏମିବେଙ୍କ ଛଡ଼ା କ୍ରିସ୍‌ ଗେଲ୍‌ଙ୍କ ଟିମ୍‌ ବି ଲେଖିଛନ୍ତି। ମ୍ୟୁଜିକ୍‌ ଟୋନି ଜେମ୍ସ ଦେଇଛନ୍ତି।

ଆଇପିଏଲ୍‌ ଆରମ୍ଭ ସାଙ୍ଗକୁ ଏହି ଗୀତ ପପୁଲାର୍‌ ହେବାରେ ଲାଗିଛି। ଗୀତରେ ଗେଲ୍‌ ଓ ଏମିବେଙ୍କ ଯୁଗଳବନ୍ଦୀ ବେଶ୍‌ ଜମିଛି। ଏହି ଗୀତକୁ ଏମିବେଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ରିଲିଜ୍‌ କରାଯାଇଛି। ଏ ପର୍ଯ୍ୟନ୍ତ ଏହାକୁ ପାଖାପାଖି ୭୭୮,୦୦୫ ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳିସାରିଲାଣି।

 

View this post on Instagram

 

A post shared by KingGayle 👑 (@chrisgayle333)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.