ଚୋରି ଅଭିଯୋଗ ଆସିବା ପରେ ଏକତା କପୁରଙ୍କ ଅଲ୍ଟ ବାଲାଜୀ ଡିଲେଟ୍‌ କଲା ପୋଷ୍ଟର, ନିର୍ମାତା ମାଗିଲେ କ୍ଷମା

ଏକତା କପୁରଙ୍କ ପ୍ରଡକ୍ସନ ହାଉସ୍‌ ଅଲ୍ଟ ବାଲାଜୀ ନିକଟରେ ନିଜ େଓ୍ଵବ୍‌ ସିରିଜ୍‌ ‘ହିଜ୍‌ ଷ୍ଟୋରୀ’ର ପୋଷ୍ଟର ଏବଂ ଟିଜର ଲଞ୍ଚ୍‌ କରିଥିଲେ। ପରେ ଫିଲ୍ମ ନିର୍ମାତା ସୁଧାଂଶୁ ସରିୟା ଟ୍ଵିଟରରେ ଏକ ଟ୍ଵିଟ୍‌ କରି ଫିଲ୍ମର ପୋଷ୍ଟର ଚୋରି ହେବା ନେଇ ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ କି, ୨୦୧୫ରେ ଆସିଥିବା ଫିଲ୍ମ ‘ଲୋଏଭ୍‌’ର ପୋଷ୍ଟର ଚୋରି ହୋଇଛି। ସୁଧାଂଶୁ କହିଥିଲେ କି, ଏହି ପୋଷ୍ଟରକୁ ବନାଇବାରେ ତାଙ୍କ ଗ୍ରାଫିକ୍ସ ଟିମ୍‌ ୧୩ ମାସ ଧରି କଠିନ ପରିଶ୍ରମ କରିଥିଲେ।

ସେପଟେ ଏହି ଟ୍ଵିଟ୍‌ ପରେ ଅଲ୍ଟ ବାଲାଜୀ ଏକ ବୟାନ ଜାରି କରିଛି। ସେ ଏହି ଚୋରି ପାଇଁ ‘ଲୋଏଭ୍‌’ର ନିର୍ମାତାଙ୍କୁ କ୍ଷମା ମାଗିଛି। ଏ ନେଇ ପ୍ରଡକ୍ସନ ହାଉସ୍‌ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କ୍ଷମାପତ୍ର ଶେୟାର କରିଛି।

ଏହା ଲେଖିଛି କି, ଆମେ ପ୍ରତ୍ୟେକ ଡିଜାଇନରଙ୍କ କ୍ରିଏଟିଭିଟିଙ୍କୁ ସମ୍ମାନ କରୁଛୁ ଏବଂ ସେମାନଙ୍କ କାମ ଓ ପ୍ରତିଭାକୁ ଜାଣିଶୁଣି ଅପମାନ କରୁନାହୁଁ। ଏହି ପୋଷ୍ଟରକୁ ବନାଇବାରେ ସାମିଲ ଥିବା ଡିଜାଇନରମାନଙ୍କଠାରୁ କ୍ଷମା ମଗାଯାଇଛି। ଆମେ ଆମ ସବୁ ପ୍ଲାଟଫର୍ମରୁ ପୋଷ୍ଟରକୁ ହଟାଇ ଦେଇଛୁ। ଆମେ ‘ଲୋଏଭ୍‌’ର ସୁନ୍ଦର ପୋଷ୍ଟର ନିର୍ମାଣରେ ସାମିଲ କଳାକାରମାନଙ୍କୁ ବିନମ୍ରତାପୂର୍ବକ କ୍ଷମା ମାଗୁଛୁ’।

ଅଲ୍ଟ ବାଲାଜୀ ନିଜର ବୟାନକୁ ସୁଧାଂଶୁ ସରିୟାଙ୍କୁ ଟ୍ୟାଗ୍‌ କରିଛି। ସୂଚନାଥାଉ କି, ସତ୍ୟଦୀପ ମିଶ୍ରା, ପ୍ରିୟାମଣି ଓ ମୃଣାଳ ଦତ୍ତ ଷ୍ଟାରର୍‌ ‘ହିଜ୍‌ ଷ୍ଟୋରୀ’ ଜି୫ ଏବଂ ଅଲ୍ଟ ବାଲାଜୀରେ ୨୫ ଏପ୍ରିଲକୁ ଷ୍ଟ୍ରୀମ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.