ବେଙ୍ଗାଲୁରର ହାଇଟେକ୍‌ ଲୁଟେରା ଗିରଫ, ଆୟକର ଅଧିକାରୀ କହି ସୁନା ଦୋକାନୀଙ୍କୁ ଠକୁଥିଲା

ଭୁବନେଶ୍ୱର : ବେଙ୍ଗାଲୁରର ଏକ ହାଇଟେକ୍‌ ଠକକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗିରଫ କରିଛି । ଗିରଫ ପରେ ତାଙ୍କୁ ସମ୍ବଲପୁର ପୋଲସକୁ ହସ୍ତାନ୍ତର କରିଛି । ଗିରଫ ଠକ ହେଲେ ବିଶାଲ ରାଜକୁମାର ନିଲେଞ୍ଜ । ସେ ନିଜକୁ ଆୟକର ଅଧିକାରୀ ଭାବେ ପରିଚୟ ଦେଇ ବିଭିନ୍ନ ଦୋକାନୀଙ୍କୁ ଠକୁଥିଲେ । ବିଶାଲ ଜଣେ ଏମ୍‌ବିଏ ଛାତ୍ର ଥିଲେ ମଧ୍ୟ ଠକିବା ତାଙ୍କର ପେଶା ବନିଯାଇଥିଲା ।

ବିଭିନ୍ନ ଦୋକାନରୁ ସୁନା କିଣିବା ସମୟରେ ଅନ୍‌ଲାଇନ ପେମେଣ୍ଟ ଜରିଆରେ ଜାଲ୍‌ ବାର୍ତ୍ତା ଦେଇ ମଧ୍ୟ ଦୋକାନୀଙ୍କୁ ଠକୁଥିଲେ । ସେ ସମ୍ବଲପୁର, ପୁରୀ ଓ ଝାରସୁଗୁଡ଼ା ଜିଲ୍ଲାରେ ମୋଷ୍ଟ ଓ୍ଵାଣ୍ଟେଡ ଥିଲେ । ବିଶାଲ ପ୍ରାୟତଃ ପଞ୍ଚ ତାରକା ହୋଟେଲରେ ରହୁଥିବାବେଳେ ବିମାନରେ ଯାତ୍ରା କରିଥାନ୍ତି । ଆଜି ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲ୍‌ରୁ ଗିରଫ କରାଯାଇ ସମ୍ବଲପୁର ପୋଲିସକୁ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.