BIS ଆଣୁଛି ନୂଆ ନିୟମ, ଏବେ ଫ୍ରୁଟ୍‌ ଜୁସ୍‌ ଉପରେ ଲେଖିବାକୁ ପଡ଼ିବ ସୁଗାର ଲେବଲ

ଫୁଡ୍‌ କମ୍ପାନୀଙ୍କୁ ଏବେ ଫ୍ରୁଟ୍‌ ଜୁସ୍‌ ପ୍ୟାକେଟ୍‌ ଉପରେ ସ୍ୱିଟେଣ୍ଡ ଫ୍ରୁଟ୍‌ ଜୁସ୍‌ ଅର୍ଥାତ୍‌ ମିଠା ଫ୍ରୁଟ୍‌ ଜୁସ୍‌ର ଲେବଲ ଲଗାଇବାକୁ ପଡ଼ିବ। ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଅର୍ଥାତ୍‌ ବିଆଇଏସ୍‌ର କହିବାନୁସାରେ, ଏବେ ଫ୍ରୁଟ୍‌ ଜୁସ୍‌ର ପ୍ୟାକେଟ୍‌ ଉପରେ କମ୍ପାନୀକୁ ସୁଗାର ବା ସିରପ୍‌ ବେସ୍‌ ଫ୍ରୁଟ୍‌ ଜୁସ୍‌ ସ୍ପଷ୍ଟଭାବେ ଲେଖିବାକୁ ପଡ଼ିବ।

ବିଆଇଏସ୍‌ର କହିବାନୁସାରେ, ଫ୍ରୁଟ୍‌ ଜୁସ୍‌ ହେଉ ଅବା ଫ୍ରୁଟ୍‌ କନ୍‌ଷ୍ଟ୍ରେଟ୍‌, ସବୁଥିରେ ସୁଗାର ଆଡେଡ୍‌ କିମ୍ବା ସ୍ୱିଟେଣ୍ଟ ଫ୍ରୁଟ୍‌ ଜୁସ୍‌ ଲେଖିବା ବାଧ୍ୟତାମୂଳକ। ଯଦି ୧ କେଜି ଜୁସ୍‌ରେ ୧୫ ଗ୍ରାମ୍‌ରୁ ଅଧିକ ଚିନି ମିଶାଯାଇଥିବ, ତେବେ ତା’ ଉପରେ ସୁଗାର ଆଡେଡ୍‌ ଲେଖିବା ଅନିବାର୍ଯ୍ୟ। ଏଥିସହ ଜୁସ୍‌ରେ କେତେ ପ୍ରତିଶତ ସୁଗର ରହିଛି ତାହା ମଧ୍ୟ ସ୍ପଷ୍ଟ ଭାବେ ଲେଖାଯିବା ଉଚିତ। ସୁଗାରର ପରିମାଣ କେତେ ରହିଛି ତାହା ଜୁସ୍‌ର ନାଁ ତଳେ ହିଁ ଲେଖିବାକୁ ବିଆଇଏସ୍‌ ପରାମର୍ଶ ଦେଇଛି।

ଜୁସ୍‌ରେ ସୁଗାର ପରିମାଣ ସ୍ପଷ୍ଟଭାବେ ଲେଖିଲେ ଗ୍ରାହକ ମଧ୍ୟ ସହଜରେ ଏନେଇ ଜାଣିପାରିବେ ଓ କିଣିବେ କି ନାହିଁ ତାହା ନିର୍ଦ୍ଧାରିତ କରିପାରିବେ। କାରଣ ଅଧିକାଂଶ ରୋଗୀଙ୍କୁ ଡାକ୍ତର ଫଳ ରସ ପିଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ବଜାରରେ ମିଳୁଥିବା ସୁଗାର ମିଶ୍ରିତ ଫଳ ରସ ପିଇବା ଦ୍ୱାରା ରୋଗୀ ଶରୀରରେ ସୁଗାରର ପରିମାଣ ବଢ଼ି ଅଧିକ ସମସ୍ୟା ଉପୁଜିପାରେ। ଏଣୁ ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଆଇଏସ୍‌ ଏଭଳି ନିୟମ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.