Below header

ଟିଟିଲାଗଡ଼: ଅଟୋକୁ ଧକ୍କା ଦେଲା ମାଲବୋଝେଇ ଟ୍ରକ୍, ଗଲା ୨ ଜୀବନ

ଟିଟିଲାଗଡ଼(କେନ୍ଯୁଜ୍): ସଡକ ଦୁର୍ଘଟଣାରେ ଗଲା ୨ ଜୀବନ। ଅଟୋକୁ ଧକ୍କା ଦେଲା ମାଲବୋଝେଇ ଟ୍ରକ। ଟିଟିଲାଗଡ଼ ସଇଁତଳା ଥାନା ୨୬ନମ୍ବର ଜାତୀୟ ରାଜପଥ ଲୁହୁରିପାଳି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସେମାନଙ୍କୁ ପ୍ରଥମେ ସଇଁତଳା ଓ ପରେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୩ଜଣ ଏକ ଅଟୋରେ ମିଠା ବିକ୍ରି କରିବା ପାଇଁ ଯାଉଥିବାବେଳେ ଲୁହୁରାପାଳି ଛକ ନିକଟରେ ଏକ ମାଲବୋଝେଇ ଟ୍ରକ ଧକ୍କା ଦେଇଥିଲା। ଟ୍ରକଟି ବଲାଙ୍ଗିରରୁ କଳାହାଣ୍ଡିକୁ ଯାଉଥିଲା। ମୃତକଙ୍କୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.