ଭିଜିଲାନ୍ସ ଜାଲରେ ଦେବଗଡ଼ ଅବକାରୀ ଅଧୀକ୍ଷକ, ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଦେବଗଡ଼(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଦେବଗଡ଼ ଅବକାରୀ ଅଧୀକ୍ଷକ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ କୁମାର ମହାପାତ୍ର ଅଟକ। ଜଣେ ମଦ ବ୍ୟବସାୟୀଙ୍କଠାରୁ ସେ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ବାରକୋଟର ଅବକାରୀ ଏଏସ୍‌ଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଅଜିତ ମହାପାତ୍ର ଲାଞ୍ଚ ନେଉଥିଲେ । ୩ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା । ଦୁଇଟି କିସ୍ତିରେ ଟଙ୍କା ନେବାର ଥିଲା ।

ପ୍ରଥମ କିସ୍ତି ବାବଦରେ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ଟିମ୍‌ । ଏଥିସହ ଅବକାରୀ ଏଏସ୍‌ଆଇ ମଥୁରା ମୋହନ ମହାପାତ୍ରଙ୍କୁ ବି ଅଟକ ରଖାଯାଇଛି । ଏହାପରେ ଅଜିତ ମହାପାତ୍ର ଓ ମଥୁରା ମୋହନ ମହାପାତ୍ରଙ୍କ ଘର ଓ ଅଫିସରେ ଏକକାଳୀନ ରେଡ୍‌ କରିଛି ଭିଜିଲାନ୍ସା ଟିମ୍‌ । ଅଜିତ ମହାପାତ୍ରଙ୍କ ବ୍ରହ୍ମପୁର ସ୍ଥିତ ଘର, ଦେବଗଡ଼ରେ ଥିବା ଭଡ଼ା ଘରେ ଚଢ଼ାଉ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.