Below header

ଦୁଇ ମାସ ପରେ ଝାରସୁଗୁଡ଼ା ବିମାନ ବନ୍ଦର ଚଳଚଞ୍ଚଳ, ପ୍ରଥମ ଦିନରେ ଦିଲ୍ଲୀ ଓ ହାଇଦ୍ରାବାଦରୁ ଫେରିଲେ ପ୍ରବାସୀ

କେନ୍ୟୁଜ : ଦୀର୍ଘ ଦୁଇ ମାସ ପରେ ଝାରସୁଗୁଡ଼ା ବିମାନ ବନ୍ଦର ଚଳପ୍ରଚଳ । ପ୍ରଥମ ଦିନରେ ଝାରସୁଗୁଡାକୁ ଦିଲ୍ଲୀରୁ ୯୦ରୁ ଅଧିକ ଯାତ୍ରୀ ଆସିଛନ୍ତି । ହାଇଦ୍ରାବାଦରୁ ଆସିଛନ୍ତି ପାଖାପାଖି ୩୦ ଯାତ୍ରୀ । ଅନ୍ୟପକ୍ଷରେ ଦିଲ୍ଲୀକୁ ୬୩ ଜଣ ଓ ହାଇଦ୍ରାବାଦକୁ ୪୩ ଜଣ ଯାତ୍ରୀ ଗସ୍ତ କରିଛନ୍ତି । ବିମାନ ବନ୍ଦରରେ ଯାତ୍ରୀଙ୍କ ରେଜିଷ୍ଟ୍ରେସନ କରାଯାଇଛି ।

ଯାତ୍ରୀଙ୍କୁ ସାନିଟାଇଜ କରିବା ସହ ସାମଗ୍ରୀ ସବୁକୁ ବି ସାନିଟାଇଜ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ ଅବଧି ପୁରଣ କରିବାକୁ ସଚେତନ କରାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ କଲିକତା ଓ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହୋଇନାହିଁ । ଖୁବ୍‌ ଶୀଘ୍ର ଏହା ଆରମ୍ଭ ହେବ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.