୮୦ ବର୍ଷ ଧରି ଅନ୍ନ ଜଳ ଛୁଇଁ ନଥିବା ପ୍ରହଲ୍ଳାଦ ଜାନୀ‘ମାତା ଜୀ’ଙ୍କ ଦେହାନ୍ତ, ଜାଣନ୍ତୁ ଏହାର ରହସ୍ୟ

ଗୁଜୁରାଟ : ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହା ମନୁଷ୍ୟଙ୍କ ଚିନ୍ତା ଶକ୍ତି ବାହାରେ ଥାଏ । ବୈଜ୍ଞାନିକମାନେ ବି ବେଳେ ବେଳେ ତା’ର ମର୍ମ ଭେଦ କରି ପାରି ନଥାନ୍ତି । ଏମିତି ଏକ ଘଟଣା ଘଟିଛି ଗୁଜୁରାଟର ମେହସାଣାରେ । ନିକଟରେ ମେହଷଣାରେ ଜଣେ ବାବାଙ୍କର ଦେହାନ୍ତ ଘଟିଛି ଯେ କି ଦୀର୍ଘ ୮୦ ବର୍ଷ ଧରି ଅନ୍ନ ଜଳ ସ୍ପର୍ଶ କରିନଥିଲେ ।

baba prahaladji.jpg-2

ଏହି ବାବାଙ୍କ ନାମ ପ୍ରହଲ୍ଲାଦ ଜାନୀ ଥିଲେ ହେଁ ଲୋକେ ତାଙ୍କୁ ‘ମାତା ଜୀ’ ବୋଲି ଡାକୁଥିଲେ । ସେ ମହିଳାଙ୍କ ପରି ଶୃଙ୍ଗାର ବି କରୁଥିଲେ । ବାବା କୁହନ୍ତି ଯେ ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା, ସେ ଆଧ୍ୟତ୍ମିକ ଜୀବନ ପାଇଁ ଘର ଛାଡ଼ି ଦେଇଥିଲେ ।

ତା’ପରେ ସେ ଏକ ବର୍ଷ ଧରି ମାତା ଅମ୍ବାଙ୍କ ଆରଧନା କଲେ । ତା’ ପର ଠାରୁ ତାଙ୍କୁ ନା ଭୋକ ଲାଗୁଛି ନା ଶୋଷ । ମାତାଙ୍କ ଭକ୍ତିରେ ରହି ରହି କ୍ରମେ ସେ ମହିଳାଙ୍କ ପରି ଶାଢ଼ି, ସିନ୍ଦୁର ଓ ନାକରେ ନଥ ମଧ୍ୟ ପିନ୍ଧିବାକୁ ଲାଗିଲେ ।

 

prahlad-jani-3_1

ପ୍ରହଲ୍ଲାଦ ବାବାଙ୍କ ଏହି ଅଲୈାକିକ ମହିମା ସମ୍ପର୍କରେ ଖୋଜ୍‌ କରିବା ପାଇଁ କାହିଁ ଦେଶ ବିଦେଶରୁ କେତେ ଡାକ୍ତର ଓ ବୈଜ୍ଞାନିକ ଆସି ଫେଲ୍‌ ମାରିଛନ୍ତି । ହେଲେ ତାଙ୍କ ଜୀବନର ଏହି ରହସ୍ୟ ଜାଣି ପାରି ନାହାଁନ୍ତି ।

ପ୍ରତିଷ୍ଠିତ ସଂସ୍ଥା ଡିଆର୍‌ଡିଓ ବୈଜ୍ଞାନିକଙ୍କ ଏକ ଟିମ୍‌ ମଧ୍ୟ ବାବାଙ୍କ ପରୀକ୍ଷା ପାଇଁ ଆସି କିଛି ଜାଣି ପାରି ନାହାଁନ୍ତି । ଏହାଛଡ଼ା ବଡ଼ ବଡ଼ ଡାକ୍ତର ଟିମ୍‌ ମଧ୍ୟ ବାବାଙ୍କୁ ୨୪ ଘଣ୍ଟା ସିସି ଟିଭି କ୍ୟାମେରା ସାମ୍ନାରେ ପ୍ରାୟ ୧ ମାସ ଧରି ଯାଞ୍ଚ କରିଥିଲେ ମଧ୍ୟ କିଛି ପାଇ ନଥିଲେ ।

baba-0

ସେମାନଙ୍କ ଯାଞ୍ଚରେ ବାବା ମାସେ କାଳ କିଛି ଅନ୍ନ ଜଳ ଗ୍ରହଣ କରି ନଥିଲେ କି ଶୈାଚାଳୟ ଯାଇ ନଥିଲେ । ବାବାଙ୍କା ଏହି ଅଲୈାଲିକ ଜୀବନର ରହସ୍ୟ କେହି ଖୋଲି ପାରି ନଥିଲେ । ବାବାଙ୍କ ମୃତ୍ୟୁ ସହିତ ତାଙ୍କର ରହସ୍ୟ ମଧ୍ୟ ଆଜି ରହସ୍ୟ ହୋଇ ରହିଗଲା । ବାବା ଗତ ୫୦ ବର୍ଷ ଧରି ଗୁଜୁରାଟ ଅହମ୍ମଦାବାଦ ଠାରୁ ୧୮୦ କିଲୋମିଟର ଦୂର ପାହାଡ଼ ଉପରେ ଥିବା ମା’ ଅମ୍ବାଜୀଙ୍କ ମନ୍ଦିର ଗୁମ୍ଫାରେ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.