ବିଶ୍ବକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା, ଟିମରେ ଦୁଇ ଓଡିଆ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସାମିଲ୍

ଭୁବନେଶ୍ବର : ଆସନ୍ତା ୨୮ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ସ୍କ୍ଵାର୍ଡରେ ଦୁଇ ଓଡିଆ ହକି ଷ୍ଟାର ତାରାକା ସ୍ଥାନ ପାଇଛନ୍ତି । ଏମାନେ ହେଲେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ସେହିପରି ମନପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ହକିର ଏହି ଶ୍ରେଷ୍ଠ ଇଭେଣ୍ଟରେ ଲଢେଇ କରିବ । ହକି ଇଣ୍ଡିଆ ପକ୍ଷରୁ ଘୋଷିତ ଟିମରେ ୨ ଜଣ ଗୋଲକିପର ପି.ଆର ଶ୍ରୀଜେସ୍‌ ଓ କ୍ରିଷ୍ଣ ବାହାଦୂର ଅଛନ୍ତି । ଉଦଘାଟନୀ ମ୍ୟାଚରେ ବେଲଜିୟମ ଓ କାନାଡା ମଧ୍ୟରେ ଟକ୍କର ହେବ । ସେହିଦିନ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.