କିସ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ସାମ୍ବାଦିକ ତଥା ପୂର୍ବତନ ସାଂସଦ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୮୭ତମ ଜୟନ୍ତୀ

ଭୁବନେଶ୍ବର : କିସ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ବିଶିଷ୍ଟ ସାମ୍ବାଦିକ ତଥା ପୂର୍ବତନ ସାଂସଦ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୮୭ତମ ଜୟନ୍ତୀ । ଏହି ଅବସରରେ କିଟ ଓ କିସର ସଭାପତି ଶାଶ୍ୱତୀ ବଳ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଶିକ୍ଷା ସହ ଅବହେଳିତ ଆଦିବାସୀ ସମାଜର ଉନ୍ନତି ପାଇଁ ପ୍ରଦ୍ୟୁମ୍ନ କିଶୋର ବଳ ସର୍ବଦା ଗୁରୁତ୍ୱାରୋପ କରିଆସୁଥିଲେ ବୋଲି କହିଥିଲେ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ । କାର୍ଯ୍ୟକ୍ରମରେ କିଟ ଓ କିସ ବିଶ୍ୱବିଦ୍ୟାଳୟର ସମ୍ପାଦକ ଆର.ଏନ ଦାଶ, କିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି.କେ ରାଉତରାୟ, ପ୍ରଦ୍ୟୁମ୍ନ ବଳଙ୍କ କନ୍ୟା ବ୍ରତତୀ ବଳଙ୍କ ସହ ବହୁ ଅତିଥି ଓ କିସ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.