କିସ୍‌ କ୍ୟାମ୍ପସରେ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ବର : କିସ୍‌ କ୍ୟାମ୍ପସରେ ସମ୍ବର୍ଦ୍ଧନା ଉତ୍ସବ । କାର୍ଯ୍ୟକ୍ରମରେ ବ୍ରିଟିସ କାଉନସିଲ ଇନ୍‌ ଇଣ୍ଡିଆ ନିର୍ଦ୍ଦେଶକ ଆଲନ ଗେମେଲ୍‌ ଓବେ, ଭାରତୀୟ ସିନେ ଅଭିନେତା କବୀର ବେଦି, ସ୍ୱିସ୍‌ ପାର୍ଲାମେଣ୍ଟ ମେମ୍ବର ନିକ୍‌ଲସ୍‌ ସାମୁଏଲ୍‌ ଗୁଗର୍‌, UK,CBE ଉଷା କୁମାରୀ ପ୍ରସାର ଏବଂ ୧୯୮୫ରେ ଶାନ୍ତି ପାଇଁ ନୋବେଲ ବିଜେତା ପ୍ରଫେସର ଏର୍‌ନେଷ୍ଟୋ କାହାନ୍‌ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥୀଙ୍କୁ ଉପଢୌକନ, ପଟ୍ଟଚିତ୍ର, ମୁମେଣ୍ଟୋ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଛି । କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।