Below header

କୁକୁରକୁ ନେଇ ଲାଗିଲା କଳି, ମାରପିଟ୍‌ରେ ଜଣେ ଆହତ ହୋଇ ଥାନାରେ କଲେ ଅଭିଯୋଗ

ଭୁବନେଶ୍ୱର (କେନ୍ୟୁଜ୍‌) : ଆମ ରାଜଧାନୀ ଭୁବନେଶ୍ୱରରେ ତ ଏମିତିରେ କେତେ କେତେ ଅଜବ ଘଟଣା ଦେଖିବାକୁ ମିଳେ । ଏବେ ସେମିତି ଏକ ଘଟଣାକୁ ନେଇ ସବୁଠାରେ ଚର୍ଚ୍ଚା ଚାଲିଛି । ଦୁଇ ଜଣ ଭଦ୍ରବ୍ୟକ୍ତି କୁକୁର ପାଇଁ ଏମିତି ଝଗଡ଼ା ଲାଗିଲେ ଯେ ଶେଷରେ ମାରପିଟ୍‌ ଯାଏ କଥା ଗଲା । ଏହି ଗଣ୍ଡଗୋଳରେ ଜଣେ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । ସହିଦ ନଗର ଥାନାରେ ମଧ୍ୟ ଏତଲା ଦିଆଯାଇଛି।

ସବୁଦିନ ଭଳି ଗତକାଲି ସକାଳେ ୟୁନିଟ୍‌-୯ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ କୁକୁରକୁ ନେଇ ବୁଲାଇବାକୁ ଯାଇଥିଲେ । ସେହି ସମୟରେ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ରହୁଥିବା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କୁ ଘର ଆଗରେ କାହିଁକି କୁକୁର ବୁଲାଉଛ ବୋଲି କହି ପାଟିତୁଣ୍ଡ କଲେ । ଅଭିଯୋଗ ଅନୁଯାୟୀ ଅଧିକାରୀ ଜଣକ ନିଜ କୁକୁରକୁ ତାଙ୍କ ଉପରକୁ ଛାଡ଼ି ଦେଲେ । ଏହାକୁ ନେଇ ଘଟଣା ଆହୁରି ବିଗିଡ଼ି ଗଲା ଏବଂ ଅଧିକାରୀ ଜଣକ ତାଙ୍କୁ ମାଡ଼ ମାରି ଆହତ କରିଥିବା କାଳୁ ଚରଣ ପରିଡ଼ା ନାମକ ଏହି ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ପୋଲିସ୍‌ ଘଟଣାର ତଦନ୍ତ କରୁଛି ଏବଂ ତଦନ୍ତରୁ ସତ ବାହାରିବ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.