Google Meet ହେଲା ଅପଡେଟ୍‌, ୟୁଜରଙ୍କୁ ନୂଆ ଇଣ୍ଟରଫେସ୍‌ ସହ ମିଳିବ ଅଟୋ-ଜୁମ୍‌ ଫିଚର

ଟେକ୍‌ କମ୍ପାନୀ Google ନିଜର ଖାସ ଆପ୍‌ Meetକୁ ଅପଡେଟ୍‌ କରିବାକୁ ଘୋଷଣା କରିଛି। ଆସନ୍ତା ମାସ ଆରମ୍ଭରୁ ଡେସ୍କଟପ୍‌ ଓ ଲାପଟପ ୟୁଜର୍ସଙ୍କୁ Google Meet ଆପ୍‌ରେ ନୂଆ ଇଣ୍ଟରଫେସ୍‌, ଅଟୋ-ଜୁମ୍‌ ସହିତ ଲାଟେଷ୍ଟ ଫିଚର୍ସର ସପୋର୍ଟ ମିଳିବ।

Google Meet ଆପ୍‌କୁ ବଢ଼ିଆ ବନାଇବା ପାଇଁ ଏଥିରେ ଭିଡିଓ ଫିଡ୍‌ରୁ ଆରମ୍ଭ କରି ବଟମ୍‌ ବାର ପର୍ଯ୍ୟନ୍ତ ଯୋଡ଼ାଯିବ। କମ୍ପାନୀର କହିବା ହେଲା, ଅନଲାଇନ ମିଟିଂ ସମୟରେ ଥକ୍କାପଣକୁ କମ୍‌ କରିବା ପାଇଁ ୟୁଜର୍ସଙ୍କୁ ପୂରା କଣ୍ଟ୍ରୋଲ ଦିଆଯିବ, ଯାହାଫଳରେ କି ସେମାନେ ନିଜ ହିସାବରେ ଅନଲାଇନ ମିଟିଂକୁ କଣ୍ଟ୍ରୋଲ କରିପାରିବେ।

ଗୁଗଲ ତରଫରୁ ମିଟ୍‌ ଆପ୍‌ରେ ହାଇଡ୍‌ ଫିଚର ଦିଆଯିବ। ଏହା ମାଧ୍ୟମରେ ୟୁଜରମାନେ ନିଜକୁ ଅନଲାଇନ ମିଟିଂ ସମୟରେ ଲୁଚାଇ ପାରିବେ। ଏହାଛଡ଼ା ଅନଲାଇନ ମିଟିଂରେ ପ୍ରସ୍ତୁତକର୍ତ୍ତାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ପାଇଁ ପିନିଂ ଏବଂ ଅନପିନିଂରେ ବି ସୁଧାର ଅଣାଯାଇଛି।

ଅଟୋ-ଜୁମ୍‌ ଫିଚର

ଏହି ଫିଚର ସହାୟତାରେ ଅନ୍ୟ ୟୁଜରମାନେ ଆପଣଙ୍କୁ ସହଜରେ ଦେଖିପାରିବେ। କମ୍ପାନୀର କହିବା ହେଲା, ଯେତେବେଳେ ଆପଣ ମିଟିଂ ସମୟରେ ନିଜ ଜାଗାରୁ ସାମାନ୍ୟ ବି ହଲିବେ, ତ ଅଟୋ-ଜୁମ୍‌ ଆପେ ଆପଣଙ୍କ ଚେହେରା ଉପରେ ଫୋକସ୍‌ କରିବ।

କମ୍ପାନୀର କହିବା ଅନୁଯାୟୀ, ଏହାକୁ ବ୍ୟବହାର କରିବା ପାଇଁ ୟୁଜରମାନଙ୍କୁ ସବ୍ସକ୍ରିପଶନ କିଣିବାକୁ ହେବ। ଆଗାମୀ ମାସରେ ଏହି ଫିଚରର ସପୋର୍ଟ ଗୁଗଲ ଓ୍ଵାର୍କସ୍ପେସ୍‌ରେ ଦିଆଯିବ। ଏହାଛଡ଼ା ବଟମ୍‌ ବାରକୁ ବି ଯୋଡ଼ାଯିବ, ଯଦ୍ଦ୍ଵାରା ୟୁଜରମାନେ ସହଜରେ ଅନଲାଇନ ମିଟିଂକୁ କଣ୍ଟ୍ରୋଲ କରିପାରିବେ।

Google Meetରେ ଅନ୍ୟ ଏକ ଫିଚର Meeting Truned Off ରୋଲଆଉଟ କରାଯାଇଛି, ଯେଉଁଥିରେ ଆପଣ Google Meetର ସେଟିଂକୁ ଯାଇ ମିଟିଂରୁ ଅଟୋମେଟିକଲି ବାହାରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.