ରାୟଗଡ଼ା: ଦୁର୍ଦ୍ଦିନରେ ସେବାଶ୍ରମ ବିଦ୍ୟାଳୟ, ଭଙ୍ଗା ଦଦରା ଆଜବେଷ୍ଟସ ତଳେ ଚାଲିଛି ପାଠପଢା

ରାୟଗଡ଼ା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ଏହା ପିଲାଙ୍କ କାମରେ ଆସୁନି । କେଉଁଠି ସ୍କୁଲଘର ସମସ୍ୟା ତ ଆଉ କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଏସବୁ ଭିତରେ ଘାଣ୍ଟି ହେଉଛି ପିଲାଙ୍କ ଭବିଷ୍ୟତ ।

ଭଙ୍ଗା ଦଦରା ଆଜବେଷ୍ଟସ । ତାରି ଭିତରେ ଚାଲିଛି ପାଠପଢ଼ା। ଏ ହେଉଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକର ଭେଜା ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟର ଦୃଶ୍ୟ । ସ୍କୁଲରେ ପାଠ ପଢ଼ୁଛନ୍ତି ୨୫୮ ଜଣ ପିଲା । ପାଠ ପଢିବା ଶ୍ରେଣୀଗୃହରେ ବେଞ୍ଚ ନାହିଁ । ଫଳରେ ପିଲା ତଳେ ବସି ପାଠ ପଢୁଛନ୍ତି । ଶ୍ରେଣୀଗୃହ ନଥିବାରୁ ପିଲା ହଷ୍ଟେଲରେ ପାଠ ପଢ଼ୁଛନ୍ତି । ବର୍ଷାଦିନେ ଅବସ୍ଥା ସାଂଘାତିକ ହୋଇ ପଡୁଛି । ଶୌଚାଳୟ ଥାଇ ମଧ୍ୟ ନଥିଲା ଭଳି ।

ସେହିପରି ଶେଷଖାଲ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ମଧ୍ୟ ଶୋଚନୀୟ । ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ଶ୍ରେଣୀଗୃହ ଅଛି, ହେଲେ ଶିକ୍ଷକଙ୍କ ଅଭାବ । ବିଦ୍ୟାଳୟରେ ୨୩୩ଜଣ ପିଲାଙ୍କ ପାଇଁ ଅଛନ୍ତି ମାତ୍ର ୩ଜଣ ଶିକ୍ଷକ । କେବଳ ଏହି ଦୁଇଟି ସ୍କୁଲ ନୁହେଁ, ବ୍ଲକର ଅନେକ ସେବାଶ୍ରମ ମାନଙ୍କରେ ସମାନ ଅବସ୍ଥା । ସେପେଟ ସମସ୍ୟା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଯାଇଛି । ଅନୁଦାନ ଆସିଲେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.