ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ କି? ଏହି ୪ଟି ବ୍ୟାଙ୍କ ପ୍ରାର୍ଥୀ ଆବଶ୍ୟକ କରୁଛି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏବେ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପ୍ରାର୍ଥୀ ଆବଶ୍ୟକ କରୁଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କରେ କି କି ପଦବୀ ଖାଲି ରହିଛି।

କର୍ଣ୍ଣାଟକ କରୁର ବୈଶ୍ୟ ବ୍ୟାଙ୍କ

କର୍ଣ୍ଣାଟକ କରୁର ବୈଶ୍ୟ ବ୍ୟାଙ୍କ ବିଜ୍‌ନେସ୍‌ ଡେଭଲପମେଣ୍ଟ ଆସୋସିଏଟ୍‌ ପଦ ପାଇଁଁ ପିଲା ଆବଶ୍ୟକ କରୁଛି। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଯେକୌଣସି ଷ୍ଟ୍ରିମ୍‌ରେ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ। ଚୟନ ହେବା ପ୍ରାର୍ଥୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟରେ ରଖାଯିବା ସହ ମାସିକ ୧୮ ହଜାର ଟଙ୍କା ଦରମା ମିଳିବ। ପ୍ରାର୍ଥୀଙ୍କ ବୟସ ୨୧ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଲିଖିତ ପରୀକ୍ଷା ଓ ସାକ୍ଷାତକାର ଆଧାରରେ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀ kvb.co.in ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଅକ୍ଟୋବର ୨୩ ତାରିଖ ରହିଛି।

ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ

ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ ସ୍ପେଶାଲିଷ୍ଟ ଅଫିସର ପାଇଁ ୧୬୮ ଜଣ ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ କରୁଛି। ଶିକ୍ଷାଗତ ଯୋଗ୍ୟତା, ବୟସସୀମା ସମେତ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଅଫିସିଆଲ ୱେବସାଇଟ୍‌ www.psbindia.com ଦେଖନ୍ତୁ। ଆବେଦନର ଶେଷ ତାରିଖ ଅକ୍ଟୋବର ୧୦ ତାରିଖ ରହିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯୯ ଟି ଗ୍ରେଡ ବି ଅଫିସର ପଦ ପାଇଁ ଆବେଦନ ଚାହୁଁଛି। ଇଚ୍ଛୁକ ପ୍ରାର୍ଥୀ ଆର୍‌ବିଆଇର ଅଫିସିଆଲ୍‌ ୱେବସାଇଟ୍‌ www.rbi.org.in କୁ ଯାଇ ଅକ୍ଟୋବର ୧୧ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ଏହାସହ ପଢନ୍ତୁ: ଅକ୍ଟୋବର ୧ରୁ ଋଣଦାତାଙ୍କୁ ଏସ୍‌ବିଆଇ ଦେବ ଖାସ୍‌ ଫାଇଦା, ଜାଣନ୍ତୁ କ’ଣ

ବ୍ୟାଙ୍କ ଅଫ୍‌ ବରୋଦା

ବ୍ୟାଙ୍କ ଅଫ୍‌ ବରୋଦା ସ୍ପେଶାଲିଷ୍ଟ ସେକ୍ଟରରେ ବିଭିନ୍ନ ପ୍ରୋଜେକ୍ଟ ମ୍ୟାନେଜର ପଦ ପାଇଁ ପ୍ରାର୍ଥୀ ଚାହୁଁଛି। ଇଚ୍ଛୁକଯୋଗ୍ୟ ପ୍ରାର୍ଥୀ www.bankofbaroda.co.in/careers.htm ରେ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିପାରିବେ। ଆବେଦନର ଶେଷ ତାରିଖ ୦୧ ଅକ୍ଟୋବର ୨୦୧୯ ରହିଛି।

Leave A Reply

Your email address will not be published.