Below header

ଦୁଷ୍କର୍ମକାରୀକୁ ପିଟି ପିଟି ମାରି ଦେଲେ ଝିଅର ବାପା ଓ ଦାଦା

ଗତ ରାତିରେ ୮ ବର୍ଷର ଝିଅକୁ ଏକୁଟିଆ ଘରେ ଥିବା ଦେଖି ଦୁଷ୍କର୍ମ କରିଥିବା ନେଇ ଝିଅ ବାପାଙ୍କୁ କହିଥିଲା । ଝିଅର ବାପା ଏବଂ ଦାଦା ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି।

ରାଇକିଆ(କେନ୍ୟୁଜ୍): ଦୁଷ୍କର୍ମକାରୀକୁ ପିଟି ପିଟି ମାରି ଦେଲେ । ଗତ ରାତିରେ ୮ ବର୍ଷର ଝିଅକୁ ଏକୁଟିଆ ଘରେ ଥିବା ଦେଖି ଦୁଷ୍କର୍ମ କରିଥିବା ନେଇ ଝିଅ ବାପାଙ୍କୁ କହିଥିଲା । ଝିଅର ବାପା ଏବଂ ଦାଦା ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ସିକବାଡି ଗ୍ରାମରେ । ମୃତକ ହେଉଛି ଛତିଶଗଡ଼ର ନିରୁ ପଲ୍‌ । ସେ ଜଣେ ମିକ୍ସର ମେସିନ ଚାଳକ ।

ଗାଁ ନିକଟରେ ନିର୍ମାଣ କାମରେ ସେ ମିକ୍ସଚର ମେସିନ ଚଳାଉଥିଲେ ଏବଂ ସେଠାରେ ଥିବା କ୍ୟାମ୍ପରେ ରହୁଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ନିରୁ ପଲ୍‌ ଘରେ ପଣି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲେ । ଏହା ଜାଣିବା ପରେ ଝିଅର ବାପା ଓ ଦାଦା ଉତ୍ତ୍ୟକ୍ତ ହୋଇ ନିରୁ ପଲ୍‌୍‌କୁ ପିଟି ପିଟି ମାରି ଦେଇଥିଲେ । ତେବେ ହତ୍ୟା କରିବା ପରେ ଉଭୟ ଥାନାରେ ଯାଇ ଆତ୍ମସମର୍ପଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.