ଅହମଦାବାଦର ଏକ ହସପିଟାଲରେ ଭୟଙ୍କର ନିଆଁ, ଅଳ୍ପକେ ବର୍ତ୍ତିଲା ୧୦୦ ରୋଗୀଙ୍କ ଜୀବନ
ଗୁଜରାଟର ଅହମଦାବାଦର ଶାହିବାଗ ନିକଟରେ ଥିବା ଏକ ହସପିଟାଲରେ ଭୟଙ୍କର ନିଆଁ ଲାଗିଛି । ହସପିଟାଲ ବେସମେଣ୍ଟରେ ନିଆଁ ଲାଗିଛି । ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ଘଟଣା ସ୍ଥଳରେ ୨୨ଟି ଦମକଳ ଟିମ୍ ଲାଗିଛନ୍ତି ।

ଗୁଜରାଟର ଅହମଦାବାଦ ସହରରେ ଥିବା ଏକ ହସପିଟାଲରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ହସପିଟାଲରୁ ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ବାହାରେ ବାହାର କରାଯାଇଛି । ତେବେ ନିଆଁ ସକାଳ ୪.୩୦ ମିନିଟରେ ହସପିଟାଲର ବେସମେଣ୍ଟରେ ନିଆଁ ଲାଗିଥିବା ପୋଲିସ କହିଛି ।
ଖବର ମୁତାବକ, ଅହମଦାବାଦର ଶାହିବାଗ ସ୍ଥିତ ହସପିଟାଲ ବେସ୍ମେଣ୍ଟରେ ସକାଳ ୪.୩୦ ମିନିଟରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କିଛି ସମୟ ପରେ ଜୋରଦାର ବ୍ଲାଷ୍ଟ ହୋଇ ବିଲିଡିଂରୁ ପ୍ରବଳ ଧୂଆଁ ବାହାରିଥିଲା । ଖବର ପାଇ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହସପିଟାଲରୁ ପାଖାପାଖି ୧୦୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ପ୍ରବଳ ଧୂଆଁ ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ଥିଲା । ଏବେ ବି ହସପିଟାଲ ବେସମେଣ୍ଟରୁ ଧୂଆଁ ବାହାରୁଛି । ତେବେ ନଆଁ କେମିତି ଲାଗିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ସ୍ଥଳରେ ୨୨ଟି ଦମକଳ ଟିମ୍ ଲାଗିଛି ।
#WATCH | Gujarat | Fire breaks out at a hospital in Ahmedabad’s Sahibaug area. Around 20-25 fire tenders on the spot. pic.twitter.com/qCoFvUKZyt
— ANI (@ANI) July 30, 2023
ଧୂଆଁ ଏତେ ଜୋରରେ ଥିଲା ଯେ, ବିଲିଡିଂର ସବୁଆଡେ ଭର୍ତ୍ତି ହୋଇଯାଇଥିଲା । ଫଳରେ ରୋଗୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ଜୀବନହାନୀ ଖବର ମିଳିନାହିଁ । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।