Below header

କଟକଣା ଜାରି ସତ୍ତ୍ୱେ ଆସିକାରେ ପ୍ରସିଦ୍ଧ ବାରୁଣୀବୁଡ଼ ପକାଇଲେ ଅମାନିଆ ଶ୍ରଦ୍ଧାଳୁ

ଭଞ୍ଜନଗର: କଟକଣା ଜାରି ହେବା ସତ୍ତ୍ୱେ , ଗଂଜାମ ଜିଲ୍ଲା ଆସିକା ଋଷିକୂଲ୍ୟା ଓ ବଡନଦୀର ସଂଗମ ସ୍ଥଳ “ବାରୁଣୀ ବୁଡ଼” ରେ ଭିଡ ଜମାଇ ବୁଡ଼ ପକାଇଲେ ହଜାର ସଂଖ୍ୟକ ଅମାନିଆ ଶ୍ରଦ୍ଧାଳୁ । ଆଜି ସକାଳୁ ବହୁ ସଂଖ୍ୟକ ପୁରୁଷ ଓ ମହିଳା ବୁଡ଼ ପକାଇଥିବା ଦେଖିବାକୁ ମିଳିଥିଲା । ବ୍ରାହ୍ମଣ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଜମା ହୋଇଥିବା ଶ୍ରଦ୍ଧାଳୁ ଓ ପୁରୋହିତଙ୍କୁ ଘଉଡାଉଥିବା  ଦେଖିବାକୁ ମିଳିଥିଲା।

ତେବେ ଗତକାଲି “ବାରୁଣୀ ବୁଡ଼” ସ୍ଥଳରେ ଜମା ନହେବାପାଇଁ ନିର୍ଦ୍ଦେଶନାମା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ଏହାସହ ପଢାଳ , ରଘୁନାଥପୁର , ବିଜୁପଟ୍ଟନାୟକ ଛକ , ପୁଡୁଗେଶ୍ବର ପଲ୍ଲୀ , ବରଗାଁ ଓ କାଳଷଣ୍ଢପୁର ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ନେଇ ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଥିଲେ । ତାହା ସତ୍ବେ ଅମାନିଆ ହୋଇ ବୁଡ଼ ପକାଇବା ଭଳି ବ୍ୟତିକ୍ରମ ଘଟଣା ଦେଖିବାକୁ ମିଳିଲା। ଏ ସଂକ୍ରାନ୍ତରେ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ବେଳେ, ଆସିଥିବା ଶ୍ରଦ୍ଧାଳୁ , ବ୍ରାହ୍ମଣ ଓ ଉଠା ବ୍ୟବସାୟୀ ମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.